
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପବିତ୍ର ଶିଶୁ ଦିବସ ଅବସରରେ ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାମ୍ୟମ ଫାଉଣ୍ଡେସନ ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସର ରେ ଅନୁଷ୍ଠାନ ତରଫରୁ ପୁରୀ ପେଣ୍ଠକଟା ସ୍ଥିତ ବସ୍ତି ରେ କୁନି କୁନି ପିଲା ମାନକୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଇସାନେଶ୍ୱର ନାୟକ ଓ ଟ୍ରଷ୍ଟି ଯଶଶ୍ବିନୀ ଦାଶ ଉପସ୍ଥିତ ରହି କୁନି କୁନି ପିଲା ଙ୍କୁ ସ୍କୁଲ ବ୍ୟାଗ୍, ଖାତା, କଲର ପେନ୍ସିଲ୍, ପେନ୍ ଇତ୍ୟାଦି ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସତ୍ୟ ନାରାୟଣ ସାହୁ, ଯୁବ ଆଇନଜୀବୀ ଦେବାଶିଷ ଦାଶ, ବିପିନ୍ ମହାନ୍ତି, ବିସ୍ମୟ ମିଶ୍ର, ସ୍ୱାଗତିକା ବେହେରା ଓ ଦେବରାଜ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।