ମାଲକାନଗିରି , ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି- ୬୬ ଗ୍ରାମରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏମଭି ୬୬ ଗ୍ରାମର ଅଶୋକ ବିଶ୍ବାସଙ୍କ ପତ୍ନୀ କାଜଲ ବିଶ୍ବାସ ଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତେବେ କାଜଲଙ୍କ ବାହାଘର ୬ ରୁ ୭ ମାସ ତଳେ ହୋଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବାରୁ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏ ସମ୍ବନ୍ଧରେ କାଜଲଙ୍କ ପରିବାର କାଲିମେଳା ଥାନାରେ ଅଭିଯୋଗ କରିଥିବା ବେଳେ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନା କେଶ୍ ନଂ . ୨୭୮ / ୨୧ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।