ମାଲକାନଗିରି, ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ମାଲକାନଗିରି ଜିଲ୍ଲା ବିଜେପି ରୁ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ଉପାଧକ୍ଷ ସୁଲତା ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ମାନ୍ୟବର ରାଜ୍ୟ ନେତୃମଣ୍ଡଳୀ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ମାନ୍ୟବର ପୂର୍ବତ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଏବଂ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଏବଂ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ମାଲକାନଗିରି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଓ ମାଲକାନଗିରି ଜିଲ୍ଲା ବରିଷ୍ଠ ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡାଙ୍କ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ମିଡ଼ିଆ ସେଲ ସଂଯୋଜକ ତଥା ମଣ୍ଡଳ ଉପସଭାପତି ଶ୍ୟାମାଲାଲ ବିଶ୍ୱାସ ,ମାରିବାଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁଖରଞ୍ଜନ ସରକାର ,ସୃଷ୍ଟିଧର ହାଲଦାର ବିଜେପି ଅନୁସୂଚିତ ଜାତି ମୋର୍ଚା ସମ୍ପାଦକ ,ଦିଲ୍ଲୀପ ମଣ୍ଡଳ ବିଜେପି ମଣ୍ଡଳ ଶକ୍ତି ପ୍ରମୁଖ ,ମୃତୁଞ୍ଜୟ ବିଶ୍ୱାସ ବିଜେପି ମଣ୍ଡଳ କୋଷାଧକ୍ଷ ସଞ୍ଜୟ ହାଲଦାର ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ,ସୁବ୍ରତ ବିଶ୍ୱାସ ବିଜେପି ସକ୍ରିୟ କର୍ମୀ ,ଅର୍ଜୁନ ଖିଲ ,ଅଜିତ ସର୍ଦାର ,ନିର୍ମଳ ଘରାମି,ତରୁଣ ମଣ୍ଡଳ ,ବିବେକ ଗୋଲଦାର ,ସଂଜୀବ ସରକାର ,ପ୍ରସେନ ବିଶ୍ୱାସ ,ସନ୍ତୋଷ ଦାସ ,ସୁଧୀର ମଣ୍ଡଳ,ଧୀରେନ୍ଦ୍ର ନାଥ ବେପାରୀ କଂଗ୍ରେସ ସକ୍ରିୟ କର୍ମୀ ମାଡି ଖିଲ ପୂର୍ବତ୍ତନ ୱାର୍ଡ ସଭ୍ୟ ତରଲାକଟା ପ୍ରମୁଖ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ଲୋକଙ୍କ କଲ୍ୟାଣ ପାଇଁ ସେବା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ସମସ୍ତେ ଏହି ଅବସରରେ ସଂକଳ୍ପବଦ୍ଧ ହୋଇଛନ୍ତି।