ରାଉରକେଲା – ନିଜ ଭାଉଜ ଘରେ ଶୋଇଥିବା ବେଳେ ତାକୁ ହାଣି ଦୁଇ ଗଡ କରିବା ପରେ ନିଜେ ଆତ୍ମ ହତ୍ୟା କରିବା ଘଟଣା କୁଆଁରମୁଣ୍ଡା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣା କୁଆଁରମୁଣ୍ଡାର ଗାଁ ନିକଟ ଭିମିଜ ବସ୍ତିର । ଆଜି ଦିନ ପ୍ରାୟ ୯.୩୦ ବେଳେ ମୃତ ହତ୍ୟାକାରୀ ଲଖିରାମ ଘରେ ଥିବା ବେଳେ ତାର ଭାଉଜ ଶୋଇଥିଲେ ।ଅନ୍ୟ ଦୁଇ ଭାଇ ଯେଉଁମାନେ ବାହାରେ ରୁହନ୍ତି ନକଟରେ ଘରକୁ ଫେରିଥିଲେ ସେମାନେ ନଦୀକୁ ଗାଧୋଇବା ଲାଗି ଯାଇଥିଲେ । ଏତିକି ବେଳେ ହଠାତ ଲକ୍ଷିରାମ ଏକ କଟୁରୀ ଆଣି ତାର ଭାଉଜ ବେକ କୁ ହାଣି ଦୁଇଗଡ କରିଥିଲା ।ଏହାକୁ ସେହି ଘରର ଗୋଟିଏ ଝିଅ ଦେଖି ଦଉଡିବା ପରେ ଲଖିରାମ କବାଟ ଦେଇ ନିଜେ ଘରଭିତରେ ଫାଶି ଲଗାଇଦେଇ ମୃତ୍ୟୁବରଣ କରିଥିଲା ।ତାର ଭାଇ ମାନେ ଖବର ପାଇ ଘର କବାଟ ଭାଙ୍ଗି ଦେଖିଲା ବେଳକୁ ଦୁଇ ଜଣ ମୃତ୍ୟୁ ବରଣ କରିସାରିଥିଲେ । ତେବେ ଘଟଣା ପଛର କଥା ଷ୍ପଷ୍ଟ ହେଉ ନଥିଲେ ବି ଘର ଲୋକେ କହିବା କଥା ମୃତ ଲଖିରାମ ୪ଦିନ ତଳେ ନଦୀପଖକୁ ଯାଇ ସେଠାରେ ଡରି ଫେରିବା ପରେ ତାକୁ ଡାକ୍ତରଖାନାରେ ଚିକିଛା କରାଯାଇଥିଲା । କିନ୍ତୁ ତାର ସମାନ୍ୟ ମାନସିକ ସମସ୍ୟା ରହିଥିଲା ।ଏହି କାରଣରୁ ଏସବୁ ହୋଇଥାଇପାରେ ବୋଲି ଘର ଲୋକେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଲୋକେ ନାନା କଥା ଆଲୋଚନା କରୁଥିବା ବେଳେ କୁଆଁରମୁଣ୍ଡା ପୁଲିସ ୨ଟି ଶବ ଜବତ କରି ଘଟଣାର ତଦନ୍ତ କରୁଛି ।
Related Stories
November 22, 2024