ରାଉରକେଲା – ରାଉରକେଲା ସହରରେ ଜଣେ ଧୁପକାଠି ତିଆରି କାରଖାନା ମାଲିକ ତାଙ୍କ କାରଖାନା ରେ କାମ କରୁଥିବା ଜଣେ ମହିଳା ଶ୍ରମିକକୁ କାରକାନା ଭିତରେ ଏକାକି ପାଇ ବାରମ୍ବାର ଯୌନ ଶୋଷଣ କରୁଥିବା ନେଇ ସେ ବାରମ୍ବାର ରାଉରକେଲା ପୁଲିସ ପାଖରେ ଅଭିଯୋଗ କରିବା ପରେ ତାଙ୍କ କଥା କେହି ଶୁଣୁନଥିଲେ ବୋଲି ସେ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ରଘୁନାଥପାଲ୍ଲୀ ପୁଲିସ ଏନେଇ ଏକ ମାମଲା କରି ଅଭିଯୁକ୍ତ ମହେଶ୍ୱର ପୃଷ୍ଟିକୁ ଖୋଜୁଥିବା ଜଣା ପଡିଛି । ଅଭିଯୋଗ ଅନୁଯାଇ ଛେଣ୍ଡ ଆର ଡି କଲୋନୀରେ ଥିବା ଏହି ଧୁପ କାଠି କାରଖାନାରେ ଏହି ମହିଳା ଜଣକ ୧୫ହଜାର ଟଙ୍କା ପାଇବା ଆଶାରେ ଚାକିରୀ କରିଥିଲେ । ପ୍ରତିଦିନ ଆଇ ଟି ଆଇ ଅଂଚଳରୁ ସେହି କାରଖାନାକୁ କାମକରିବାକୁ ଆସୁଥିଲେ । ହେଲେ ମାଲିକ ୧୫ହଜାର ଯାଗାରେ ୪ହଜାର ଦେଇ ତାଙ୍କ ଅଭାବ ଓ ଦାରିଦ୍ରତାର ସୁଯୋଗ ନେଇ କାରଖାନା ଭିତରେ ଏକାକି ପାଇ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିଚାଲିଥିଲା । ଏହା ସହିତ ସେହି ମୁହୁର୍ତ ଗୁଡିକୁ କ୍ୟାମେରାରେ କୟଦକରି ମଧ୍ୟ କୁଆଡେ ରଖୁଥିଲା ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ବାରମ୍ବାର ଏଭଳି ହେବାରୁ ସେ ରାଉରକେଲା ପୁଲିସ ଜିଲ୍ଲାର ରଘୁନାଥପାଲ୍ଲୀ ଥାନାରେ ବାରମ୍ବାର ଜଣାଇବା ସତ୍ୱେ ତାଙ୍କୁ ପୁଲିସର ସହଯୋଗ ମିଳିନଥିଲା ବୋଲି ସେ କହିଛନ୍ତି । ଏହା ପରେ ସେ ସେଠାରୁ ଚାକିରୀ ଛାଡିଦେଇଥିଲେ । ଏଥିରେ କାରଖାନା ମାଲିକ ରାଗିଯାଇ ସେହି ମହିଳାଙ୍କ ନାମରେ କୁଆଡେ ଏକ ଫେସ୍ବୁକ ଆଇ ଡି ଖୋଲି ଅତୀତର ସେହି ମୁହୁର୍ତ ଗୁଡିକର କିଛି ଫଟୋ ଛାଡି ମହିଳା ଜଣକୁ ବ୍ଲାକ୍ମେଲ କରି ପୁର୍ନବାର ସେଠାକୁ ଫେରିବା ଲାଗି ବାଧ୍ୟକରିଥିବା ମହିଳା ଜଣକ ତାଙ୍କ ବୟାନରେ କହିଥିବା ଖବର ମିଳିଛି । ସେତିକି ନୁହେଁ ଦରକାର ପଡିଲେ ତାଙ୍କ ସ୍ୱାମୀକୁ ହତ୍ୟା କରିବାର ଧମକ ଦେବା ସହ ଅତୀତର ସେହି ସବୁ ଭିଡିଓ ସୋସିଆଲ ମିଡିଆରେ ଛାଡିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ରାଉରକେଲାର ନୁତନ ଏସ.ପିଙ୍କ ସଂପର୍କରେ ସେ ଶୁଣି ସାହାସ ଜୁଟାଇ ଗତକାଲି ରଘୁନାଥପାଲ୍ଲୀ ଥାନା ପହଁଚିବା ପରେ ପୁଲିସ ତାର ଦୁଃଖ ଶୁଣିଥିବା ଜଣା ପଡିଛି । ଅଭିଯୁକ୍ତ ବିରାଧରେ ପୁଲିସ କି ପଦକ୍ଷେପ ନେବ ତାହାତ ସମୟ କହିବ ହେଲେ ଏଠି ପ୍ରଶ୍ନ ଉଠୁଛ ମହିଳା ଜଣକ କେଉଁ ପୁଲିସ ବାବୁଙ୍କ ପାଖରେ ଅଭଯୋଗ କରୁଥିଲେ? ସେ କେଉଁ ଥାନାରେ କାମ କରନ୍ତି ? ତାଙ୍କ ନାମ କଣ? କେଉଁ ପଦବୀରେ ସେ ବାବୁ ଅଛନ୍ତି? କାହିଁକି ସେ ଏ ନେଇ ନୀରବ ଥିଲେ ? ସେ କାରଖାନା ମାଲିକଙ୍କ ସହ ତାଙ୍କର କି ସଂପର୍କଥିଲା? ତାଙ୍କ ବିରୋଧରେ ରାଉରକେଲା ପୁଲିସ ଏହି ମାମଲରେ କିପ୍ରକାର ପଦକ୍ଷେପ ନେବ ତାହା ବର୍ତମାନ ମୁଖ୍ୟ ପ୍ରଶ୍ନ ହୋଇଛି । ସରକାର ୫ଟି ଯୋଜନା ରେ ପୁଲିସ ସେବା ଲୋକଙ୍କୁ ଦେବାକୁ ଯାଉଥବା ବେଳେ, ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ ପୁଲିସ ଓ ଲୋକଙ୍କୁ ସିଧା ଫୋନ କରିବେ ବୋଲି କହିଛନ୍ତି ।ଠିକ୍ ସେହ ିଧାରାରେ ନୁଆ ଏସ. ପି. କେ ଶିବା ଶୁଭ୍ରମଣି ମଧ୍ୟ ରାଉରକେଲାରେ କାମ ଆରମ୍ଭ କରିଛନ୍ତି । ଯେଉଁଥିଲାଗି ଏହି ମହିଳା ଜଣକ ସାହାସ ଜୁଟାଇ ନ୍ୟାୟ ପାଇବା ଲାଗି ପୁଣିଥରେ ଥାନା କୁ ଯାଇଥଲେ ।
Related Stories
December 10, 2024