ଭୁବନେଶ୍ୱର, ଜମି ଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ସହୀଦ ନଗର ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ମଧ୍ୟ ଜମି ଫ୍ଲାଟ ଆଦି ଦେବାକୁ କହି ଅନେକ ଲୋକଙ୍କୁ ଠକି ଥିଲେ ଗୟାଧର । ଏହି ମାମଲାରେ ସେ ୪ ଥର ଗିରଫ ମଧ୍ୟ ହୋଇଥିଲେ ।
ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍କନର ମ୍ୟାନେଜିପ୍ସ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ ।