ଭୁବନେଶ୍ୱର, ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୂରଲୀଧର ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ପରିବାର ଅଦାଲତ ଉଦ୍ଘାଟନ କରିଛନ୍ତି । ସେଠାରେ ଏକ ପରିବାର ଅଦାଲତ ସ୍ଥାପନ ଯୋଗୁଁ ଜନସାଧରଣଙ୍କର ବହୁ ପ୍ରତିକ୍ଷିତ ସ୍ୱପ୍ନ ସାକାର ହୋଇଛି । ଏହି ଭର୍ଚୁଆଲ ଉଦ୍ଘାଟନ ଉତ୍ସବରେ ହାଇକୋର୍ଟର ଡକ୍ଟର ଜଷ୍ଟିସ୍ ବି.ଆର.ଷଡ଼ଙ୍ଗୀ, ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଏବଂ ଜଷ୍ଟିସ୍ ଏ.କେ. ମହାପାତ୍ର ଉପସ୍ଥିତ ଥିଲେ ।
ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ଏସ୍. ପୂଜାହାରି ଏବଂ ଜଷ୍ଟିସ୍ ଅରିନ୍ଦମ ସିହ୍ନା, ଜଷ୍ଟିସ ଏସ୍.କେ.ପାଣିଗ୍ରାହୀ ଏବଂ ଜଷ୍ଟିସ ଶଶିକାନ୍ତ ମିଶ୍ର ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ୍ ମହାନ୍ତି ରେଜିଷ୍ଟ୍ରାର ଏବଂ ହାଇକୋର୍ଟ ରେଜିଷ୍ଟ୍ରୀର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ଜଜ୍ ସତ୍ୟପ୍ରିୟ ମିଶ୍ର, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଗଜପତି ପୋଲିସ ଏସ୍.ପି. ଜୟରାମ ଶତପଥୀ ଓ ଜିଲ୍ଲା ବାର୍ ଆସୋସିଏସନ ଏବଂ ସେକ୍ରେଟାରୀ ବାର୍ ଆସୋସିଏସନ୍ ଏହି ଭର୍ଚୁଆଲ ଉତ୍ସବରେ ଉପସ୍ଥିତ ଥିଲେ ।