![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମାଲକାନଗିରି, ଭାରତୀୟ ଉଚ୍ଚ ଅଧ୍ୟୟନ ସଂସ୍ଥା ରାଷ୍ଟ୍ରପତି ନିବାସ ସିମଲା ଠାରେ ଏକ ମାସ ଧରି ଆୟୋଜିତ ଶିବିରରେ ଓଡିଶାରୁ ଏକମାତ୍ର ପ୍ରତିନିଧୂ ରୂପେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ବାଇଁ ଯୋଗ ଦେଇ ସେଠାରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ରାଜ୍ୟର ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାରୁ ଦାଦନ ଶ୍ରମିକ ମାନଙ୍କ ସ୍ଥାନାନ୍ତରକୁ ହ୍ରାସ କରିବା ବିଷୟ ଉପରେ ସେ ଏକ ଗବେଷଣା ମୂଳକ ପ୍ରବନ୍ଧ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଫେସର ବଳରାମ ଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ପ୍ରଫେସର ଚମନ ଲାଲ ଗୁପ୍ତା ସଚିବ ପ୍ରେମଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ହିମାଚଳ ପ୍ରଦେଶ ବିଶ୍ବ ବିଦ୍ୟାଳୟରେ ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରବନ୍ଧ ମଧ୍ୟ ସେ ପାଠ କରି ପ୍ରଶସିତ ହୋଇଥିଲେ । ତେବେ ତାଙ୍କର ଏହି ସଫଳତା ପାଇଁ ଆଜି ମାଲକାନଗିରି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅୟୋଜିତସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଉମେଶ ଚନ୍ଦ୍ର ରଉତ , ପ୍ରମେୟ କୁମାର ମହାନ୍ତି , ଗୌତମ କୁମାର ନାୟକ , ଅସିତ ପାଢି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଡଃ ସ୍ବାଇଁ ମାଲକାନଗିରି ଜିଲ୍ଲାର ଜଣେ ଶିକ୍ଷାବିତ ଭାବେ ସମଗ୍ର ରାଜ୍ୟ ତରଫରୁ ପ୍ରତିନିଧି କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଥିବାରୁ ତାଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି!