ମାଲକାନଗିରି, ମାଲକାନଗିରି ସଦର ବ୍ଲକ ଅଧୀନସ୍ଥ ସେରପାଲି ମଣ୍ଡି ଯଥା ସେରପାଲୀ ଓ ପାଣ୍ଡ୍ରିପାଣି ଗ୍ରାମ ପଞ୍ଚାୟତର ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ଚାଷୀ ସେରପାଲୀ ମଣ୍ଡିର ଧାନ କିଣା ଟାର୍ଗେଟକୁ ବଢାଇବାକୁ ଦାବି କରିଛନ୍ତି । ଏହି ମଣ୍ଡି ଅଧୀନରେ ପ୍ରାୟ ୭୦୦ ଚାଷୀ ଧାନ ବିକ୍ରି ନିମନ୍ତେ ୨୦୨୧ – ୨୨ରେ ପଞ୍ଜିକରଣ କରିଛନ୍ତି । ଏହି ଚା ଷୀ ମାନେ ସେରପାଲି ମଣ୍ଡିରେ ଟାର୍ଗେଟ କମ ଥିବା ଯୋଗୁଁ ନିଜର ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଗତବର୍ଷ ମଧ୍ୟ ସେରପାଲି ମଣ୍ଡିରେ ପ୍ରାୟ ୬୦୦ ଚା ଷୀ ପଞ୍ଜିକରଣ କରିଥିଲେ । ସେମାନଙ୍କ ଧାନ ବିକ୍ରି କରିବା ପାଇଁ ସମୟ ଥାଇ ମଧ୍ୟ ଧାନ କିଣା ଟାର୍ଗେଟ ଶେଷ ହୋଇଥିବାରୁ ଚା ଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ । ଚା ଷୀ ନିଜର କ୍ରମିକ ନଂକୁ ଅପେକ୍ଷା କରି ମାସ ମାସ ଅପେକ୍ଷା କଲାପରେ ମଧ୍ୟ ତାଙ୍କର କ୍ରମିକ ନଂ ଆସିନଥୁଲା । କାରଣ ସେରପାଲୀ ମଣ୍ଡିରେ ଟାର୍ଗେଟ କମ ଥିଲା । ଶେଷରେ ଚା ଷୀ ବାଧ୍ୟ ହୋଇ ଶସ୍ତା ଦରରେ ବାହାରେ ନିଜ ଧାନକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଏନେଇ ଚା ଷୀ ମାନେ ଏହି ମଣ୍ଡିର ଲକ୍ଷ ବଢାଇବାପାଇଁ ଦାବି କରି ସେରପାଲି ଗ୍ରାମରେ ଏକ ବୈଠକ କରିବା ସହ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେରପାଲ୍ଲି ମଣ୍ଡିକୁ ସପ୍ତାହକୁ ପାଞ୍ଚ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ ବଢାଇବା ସହ ସପ୍ତାହକୁ ଗୋଟିଏ ଥର ବଦଳରେ ଦୁଇ ଥର ମଣ୍ଡିର ବ୍ୟବସ୍ଥା କରାଗଲେ ଚା ଷୀ ମାନେ ଉପକୃତ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ।