ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବଜାର ପଡ଼ିଆ ଠାରେ ବିଜେଡିର ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ମଥୁରା ଛକରୁ ଏକ ମୋଟର ସାଇକେଲ ରାଲି ବାହାରି ଥିଲା । ଏଥିରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ୍ ଥିଲେ । ଏଥିରେ ଶତାଧିକ ଲୋକ ବିଜେଡିରେ ଯୋଗ ଦେଇଛନ୍ତି ।
ଅନ୍ୟପକ୍ଷରେ ରାଲି ସମୟରେ କଲେଜ ଛକରେ ବହୁ ସଂଖ୍ୟକ ଜୁନାଗଡ଼ର ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିବା ସହ ବିଜେଡି ରାଲିକୁ କଳାପତାକା ଦେଖାଇବା ଓ ଅଣ୍ଡା ମାଡ଼ କରିଥିବା ସୂଚନା ମିଳିଛି । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମମିତା ମେହେର ହତ୍ୟା ଘଟଣାକୁ ନେଇ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଦାବୀକୁ ଦୋହରାଇଥିଲେ । ବିଜେଡ଼ି ଦଳର ସାଂଗଠନିକ ପ୍ରଭାରୀ ମୁଖ୍ୟ ଅତିଥି ଭାବେ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ ।