କନ୍ଧମାଳ – ହାର୍ଡକୋର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ସହ ତାଲିକା ଘୋଷଣା କରିଛି କନ୍ଧମାଳ ପୋଲିସ । କେକେବିଏନ ମାଓ ସଂଗଠନର ୨୨ ଜଣ ହାର୍ଡକୋର କ୍ୟାଡର ମାଓବାଦୀଙ୍କ ନାଁରେ ପୁରସ୍କାର ରାଶି ନେଇ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । କାହାପାଇଁ ଲକ୍ଷେ ତ ଆଉ କାହାପାଇଁ ୫ ଲକ୍ଷ ଟଙ୍କା । ଏଭଳି ଭାବେ କେକେବିଏନ ସଂଗଠନର ୨୨ ମାଓବାଦୀଙ୍କ ପାଇଁ ବିଭିନ୍ନ ରକମର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଥିସହ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ଆତ୍ମସମର୍ପଣ କରିବାଲାଗି ମଧ୍ୟ ପୋଷ୍ଟରରେ ଦର୍ଶାଯାଇଛି । ଆତ୍ମସମର୍ପଣ କରିବା ପରେ ସେମାନଙ୍କ କୋ÷ଣସି ଅସୁବିଧା ହେବନାହିଁ । ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯିବ । ସେହିପରି ମାଓବାଦୀଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ଓ ନିଜେ ଆତ୍ମସମର୍ପଣ କଲେ ଘୋଷଣା ହୋଇଥିବା ପୁରସ୍କାର ରାଶି ତାଙ୍କୁ ମିଳିବ ବୋଲି କୁହାଯାଇଛି । ଏଥିସହ ପୋଷ୍ଟରରେ ପୋଲିସ ଯୋଗାଯୋଗ କରିବାପାଇଁ ନମ୍ବର ମଧ୍ୟ ଜାରି କରିଛି । ତେବେ, ପୋଲିସ କେକେବିଏନ ଡିଭିଜନାର ଦାଶୁ (ଡିଭିସିଏମ) ନାଁରେ ୫ ଲକ୍ଷ, ବଂଟି (ଡିଭିସିଏମ) ୫ ଲକ୍ଷ, ମାଙ୍କୁ (ଏସିଏମ) ୪ଲକ୍ଷ, ଆକାଶ (ଏସିଏମ) ୪ଲକ୍ଷ, ସିର୍ଜନ (ଏସିଏମ) ୪ଲକ୍ଷ, ଲଖନ (ଏସିଏମ) ୪ଲକ୍ଷ, ମଂଜୁ (ଏସିଏମ) ୪ ଲକ୍ଷ, ନାନେ୍ଦ (ଏସିଏମ) ୪ଲକ୍ଷ, ଦିପିନା (ପିଏମ) ୧ଲକ୍ଷ, ସଙ୍ଗୀତା(ପିଏମ)୧ ଲକ୍ଷ, ରଂଜିତା (ପିଏନ) ୧ ଲକ୍ଷ ଟଙ୍କା, ମମତା (ଡିଭିସିଏସ) ୫ ଲକ୍ଷ, ଲଳିତ (ଏସିଏମ) ୪ଲକ୍ଷ, ରାମଦାସ (ଏସିଏମ) ୪ଲକ୍ଷ, କରୁଣା (ଏସିଏମ) ୪ ଲକ୍ଷ, ସମିରା (ପିଏମ) ୧ଲକ୍ଷ, ବିଶ୍ୱା (ପିଏମ) ୧ ଲକ୍ଷ, ଅମିତା (ପିଏମ) ୧ ଲକ୍ଷ, ମିତା (ପିଏମ) ୧ଲକ୍ଷ ଟଙ୍କା ଘୋଷଣା କରିବାସହ ଯୋଗାଯୋଗ ପାଇଁ ୮୨୮୦୪୪୮୭୭୬ ଓ ୭୬୫୫୦୮୩୩୭୬ ଦୁଇଟି ମୋବାଇଲ ନମ୍ବର ଜାରୀ କରିଛି ପୋଲିସ ।