
ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ରାଜ୍ୟ ମହିଳା ବିଜୁ ଜନତାଦଳର ଆହ୍ବାନ କ୍ରମେ ଜିଲ୍ଲା ମହିଳା ବିଜୁ ଜନତା ଦଳର ପୁରୀସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ କଚେରୀ ଛକ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଜିଲ୍ଲା ମହିଳା ବିଜୁ ଜନତାଦଳ ସଭାନେତ୍ରୀ ଶାନ୍ତିଲତା ପ୍ରଧାନଙ୍କ ନେତୃତ୍ବରେ ଏହି ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଅହେତୁକ ଦରଦାମ ବୃଦ୍ଧି ନେଇ କେନ୍ଦ୍ରସରକାରଙ୍କ
ବିରୁଦ୍ଧରେ ୩ଶହରୁ ଉର୍ଦ୍ଧ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦି ସରକାର ଆଚ୍ଛେଦିନ, ଦରଦାମ ବୃଦ୍ଧି ଘଟେ ନିତିଦିନ, ବିଜେପି ବାଲାଙ୍କ ବଡ ଘୋଟାଲା, ଉଜ୍ଜଳା ଯୋଜନା ଚୂଲିକୁ ଗଲା, ୨୦୧୪ରେ ମୋଦି କଥା କହି ମଜାରେ, ଗ୍ୟାସ ଆଜି ହେଲା ହଜାରେ, ପେଟ୍ରୋଲ ଡିଜେଲ ଗ୍ୟାସ ଦର କମିବ କହି ଆଦାନୀ ଅମ୍ବାନୀ ମୋଦି ତମେ ଭାଇ ଭାଇ ଆଦି ବିଭିନ୍ନ ପ୍ଲାକାର୍ଡ ମାନ ଧରି ମହିଳା କର୍ମୀମାନେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏହି ଗଣଧାରଣା କାର୍ଯ୍ୟକ୍ରମରେ ସୁସ୍ମିତା ରଥ, ବିନୋଦିନୀ ଦାସ, ଦିପ୍ତିରେଖା ରାଉତରାୟ, ଅରୁଣିମା ନନ୍ଦ, ସୃତିମୟୀ ମହାନ୍ତି, ସରସ୍ବତୀ ସାହୁ, ରଞ୍ଜିତା ମହାନ୍ତି, ସୁଚିସ୍ମିତା ସାହୁ, ରାଜଲକ୍ଷ୍ମୀ ସାହୁ, ପୂର୍ଣ୍ଣିମା ଦାସ,
ରେଣୁବାଳା ମହାନ୍ତି, ବିନ୍ଦୁ ପ୍ରଧାନ, ମିନାକ୍ଷୀ ହରିଚନ୍ଦନ, ଶିବାନୀ ବେହେରା, ପ୍ରତିମା ଦାସ ପ୍ରମୁଖ ବହୁ ବିଜେଡି ମହିଳା କର୍ମୀମାନଙ୍କ ସହ ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।