କେନ୍ଦୁଝର – କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଚଳିତ ଅକ୍ଟୋବର ୨୯ ତାରିଖ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦରବାର ହଲ୍ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ଉଦ୍ବୋଧନ ଛଳରେ ସଚେତନତା, ପ୍ରାକ୍ ପ୍ରସ୍ତୁତି ଓ ଗୋÂୀ ସଶକ୍ତିକରଣ ବଳରେ ହିଁ ବିପର୍ଯ୍ୟୟର ସଫଳ ମୁକାବିଲା ସମ୍ଭବ ବୋଲି କହିଥିଲେ । ଭାଷଣ ପ୍ରସଙ୍ଗରେ ସେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ହେବ ନାହିଁ ସତ କିନ୍ତୁ ସଚେତନତା ଏବଂ ପ୍ରାକ୍ ପ୍ରସ୍ତୁତି ବଳରେ ପ୍ରଶମନ କରାଯାଇପାରିବ । ଏଣୁ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବାକୁ ସେ ଆହ୍ୱାନ ଜଣାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବଲୀଳାକୁ ପ୍ରତିହତ କରିବା ପାଇଁ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ ଓ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସବୁବେଳେ ରହଛି । ଆମ ରାଜ୍ୟ ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାବେଳେ ଏହାର ମୁକାବିଲା ନିମନ୍ତେ ଯୋଜନାବଦ୍ଧ ପ୍ରାକ୍ ପ୍ରସ୍ତୁତି ଅନିର୍ବାଯ୍ୟ ରହିଛି । ଛାତ୍ର ଛାତ୍ରୀ ମାନଙ୍କୁ ଦେଶର ଭବିଷ୍ୟତ ଓ କର୍ଣ୍ଣଧାର ଭାବେ ଅଭିହିତ କରି ସେମାନେ ସଚେତନତା ବାର୍ତାର ପ୍ରକୃତ ବାହକ ଏବଂ ଧାରକ ବୋଲି କହିବା ସହିତ ଦୃଢ ମାନସିକତା ଏବଂ ଆନ୍ତରିକତା ରଖି କାର୍ଯ୍ୟ କଲେ ବିପର୍ଯ୍ୟୟ ଦାଉରୁ ରକ୍ଷା ମିଳିବ ବୋଲି ସେ କହିଥିଲେ । କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୧୯୯୯ ମସିହାରେ ସଂଘଟିତ ମହାବାତ୍ୟାର କରୁଣ ଚିତ୍ର ଉପସ୍ଥାପନ କରି ସଚେତନତା ଓ ପ୍ରାକ୍ ପ୍ରସ୍ତୁତି ବଳରେ କିପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇପାରିଛି ସେ ସଂପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କ ଜରିଆରେ ସଚେତନତା ସୃଷ୍ଟି କରିବା ଏକ ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ । ଆପତ୍କାଳୀନ ଅଧିକାରୀ ଶ୍ରୀମତୀ ସୁରଂଜିକା ବେହେରା, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ଜି ଅଗ୍ନିଶମ ଅଧିକାରୀ ଶଶାଙ୍କ ଶେଖର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଷଣ ପ୍ରସଙ୍ଗରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପ୍ରଶମନ ଉପରେ ବିଶଦ୍ ଭାବେ ଆଲୋଚନା କରି ଯେ କୌଣସି ପରିସ୍ଥିତିରେ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତଙ୍କଠାରେ ଗଭୀର ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ରହିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଭାରତୀୟ ରେଡକ୍ରସ୍ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ଏ.ଆର୍. ଖାନ୍ ପ୍ରାରମ୍ଭରେ ସ୍ୱାଗତ ସଂଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷାବିତ୍, ନର୍ସିଂ ଛାତ୍ରୀ, ବିଜୁ ଯୁବ ବାହିନୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଜିଲ୍ଲା ଆପତକାଳୀନ କାର୍ଯ୍ୟାଳୟର ବରିÂ କିରାଣୀ ପ୍ରଭାତେନ୍ଦୁ ନାଏକ, ସତ୍ୟବତୀ ଲାଗୁରୀ, ମାନସ ରଂଜନ ଜେନା, ସନ୍ଦୀପ ପଟ୍ଟନାୟକ ଏବଂ ଜୟଦେବ ତାମୁଳିଆ କାର୍ଯ୍ୟକ୍ରମ? ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ସକାଳେ ବିଭିନ୍ନ ଶିକ୍ଷାନୁÂାନର ଛାତ୍ର ଛାତ୍ରୀମାନେ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ପରେ ଅଗ୍ନିଶମ ସେବା ବିଭାଗ ତରଫରୁ ବିପର୍ଯ୍ୟୟ ବେଳେ ଉଦ୍ଧାର କୌଶଳର ନମୁନା ପ୍ରଦର୍ଶନ କରାଯାଇଥିଲା ।
Related Stories
November 25, 2024