ଭଦ୍ରକ – ସବୁଠାରୁ କ୍ଷୁଦ୍ର ଭେକିମ୍ୟୁ କ୍ଲିନ୍ର ନିର୍ମାଣ କରି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏହି ଜିଲାର ତିହିଡି ବ୍ଲକ୍ ବାରସର ପଂଚାୟତ ସାଲପୁର ଗ୍ରାମର କମଳ କିଶୋର ମାଝୀ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ଛାତ୍ର କମଳ କିଶୋର ମାଝୀ ହାଇବ୍ରିଟ୍ କାର ଇଂଜିନ୍ ପ୍ରକଳ୍ପ କରି ଜାତୀୟ ସ୍ତରର ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ପରେ ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ସେ ସବୁଠୁ କ୍ଷୁଦ୍ର ଭେକ୍ୟୁମ କ୍ଲିନର ନିର୍ମାଣ କରିଥିଲେ । ଏହି କ୍ଲିନରର ଲମ୍ବ ୪.୫୫୧ ସେଂଟିମିଟର । ପୂର୍ବରୁ ଆନ୍ଧ୍ରପ୍ରଦେଶର ତଲବାଥୁଲା ସାଇ ୫.୪ ସେମିିର ଭେକ୍ୟୁମ୍ କ୍ଲିନର ନିର୍ମାଣ କରି ବିଶ୍ୱ ରେକର୍ଡ କରିବା ସହିତ ଗିନିଜ୍ ବୁକ୍ରେ ସ୍ଥାନ ପାଇଥିଲେ । ମାତ୍ର କମଲ ତାଙ୍କ ରେକର୍ଡକୁ ଭଂଗ କରିବା ସହିତ ସେଥିରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚରମ୍ପା କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ସେ ଏହି ଭେକ୍ୟୁମ୍ କ୍ଲିନରକୁ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟବେକ୍ଷକ ଆକାଶ ତ୍ରିପାଠୀଙ୍କ ଉପସ୍ଥିତିରେ ସେ ଏହା ପ୍ରଦର୍ଶନ କରିବା ପରେ ତାହା ବିଶ୍ୱରେକର୍ଡ ସୃଷ୍ଟି କରିଥିବା ବିଷୟ ପର୍ଯ୍ୟବେକ୍ଷକ ଘୋଷଣା କରିଥିଲେ । କମଲ କିଶୋର ଶିକ୍ଷକ କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ପୁତ୍ର ଅଟନ୍ତି । ସେ ନିଜର ଅଧ୍ୟବସାୟ ବଳରେ ଏହି କ୍ଲିନର ନିର୍ମାଣ କରିବାରେ ସଫଳ ହୋଇଛନ୍ତି ।
Related Stories
November 28, 2024
November 28, 2024