କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡ଼ିଶା ଆନୁକୁଲ୍ୟରେ ରାଣି ସତୀ ଭବନ ଠାରେ ଭାର୍ଗବୀ ନଦୀ ମାତୁକା ଓ ଶ୍ରୀ ଜଗନ୍ନାଥ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ଟ୍ରଷ୍ଟର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ବିଚାରପତି ତଥା ସୂଚନା ଅଧିକାରୀ ଆଇନ୍ ରେଜିଷ୍ଟ୍ରାର ମାନସ ରଞ୍ଜନ ମିଶ୍ର ଯୋଗଦେଇ କହିଲେ ଯେ, ଭୁଗୁଙ୍କ ସାଧନା ଉଭୟ ପୁରୀ ଓ ଭାର୍ଗବୀ ନଦୀକୂଳ କମଳପୁର ଅଟେ |ତାହାର ଆଧୁନିକ ନାମ ଚନ୍ଦନପୁର । ଅତିତରେ ଅକ୍ଷୟତୃତୀୟାରେ ସେହି
କମଳପୁର ତଥା ଚନ୍ଦନପୁରରେ ଚନ୍ଦନ ଯାତ୍ରା ହେଉଥିଲ। ଭୁଗୁଙ୍କର ଆପତ୍ୟ ଅର୍ଥରେ ଭାର୍ଗବୀ ନଦୀକୁ ଲକ୍ଷ୍ମୀସ୍ଵରୂପା କୁହାଯାଏ । ତାହା ଅମରକୋଷରେ ବର୍ଣ୍ଣନା ରହିଛି । ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ସଭାପତି ଡଃ ହରପ୍ରସାଦ ମିଶ୍ର । ଭାର୍ଗବୀ
ପୁସ୍ତକକୁ ସମୀକ୍ଷା କରି କହିଲେ ଏହି ନଦୀ ଅବବାହିକାର ଐତିହ ଓ ଇତିହାସ ଉପରେ ଲେଖକ ସତ୍ୟ ରଞ୍ଜନ ମିଶ୍ରଙ୍କ ଉଦ୍ୟମ ଗବେଷଣାକୁ ଆହ୍ବାନ କରେ ବୋଲି ସେ ମତବ୍ୟକ୍ତ କରିଥିଲେ ।ଭାର୍ଗବୀ ନଦୀ ସଭ୍ୟତା ଇତିହାସ ପ୍ରସିଦ୍ଧ, ଏହା ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତ ଭାବେ ଜଡ଼ିତ । ସମ୍ମାନୀତ ଅତିଥିଭାବେ ଡଃ ଅଭିମନ୍ୟୁ ଭୁୟୀ, ବିଜୟଲକ୍ଷ୍ମୀ ସାହୁ, ବିଜୟଲକ୍ଷ୍ମୀ ଦାଶ,ସତ୍ୟ ରଞ୍ଜନ ମିଶ୍ର ଓ ଗବେଷକ ମଦନ ମୋହନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍ସବ
ପ୍ରାରମ୍ଭରେ ଗବେଷକ ଶ୍ରୀ ମହାପାତ୍ର ଆଲୋଚନାଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରି ଶ୍ରୀ ତତ୍ତ୍ୱ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଐତିହ ଓ ଇତିହାସ ଭିଭିକ ବହୁ ନୂତନ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଟ୍ରଷ୍ଟର ସଂପାଦକ ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ
କରିଥିଲେ । ଆୟୋଜିତ ଆଲୋଚନାଚକ୍ରରେ ଡଃ ରମାକାନ୍ତ କର, କାଳନ୍ଦିଚନ୍ଦ୍ର ପାତ୍ର, ନାରାୟଣ ନନ୍ଦ, ଅଧ୍ୟାପକ ଡଃ ବଳରାମ ଦାଶ, ବିଜୟ ଚରଣ ମହାନ୍ତି, ଅଶୋକ କୁମାର ମହାପାତ୍ର, ରତିକାନ୍ତ ପ୍ରତିହାରୀ, କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଅଂଶଗ୍ରହଣ କରି ଭାର୍ଗବୀ ନଦୀ ଐତିହ ଉପରେ ଦେବୀଘାଟ ଶ୍ରୀ
ଜଗନ୍ନାଥ ସଂସ୍କୃତି ସୁରକ୍ଷାରେ ଏକ ପ୍ରମୁଖ କେନ୍ଦ୍ର ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଆଧାରିତ ଐତିହ ପୁସ୍ତକ ଭାର୍ଗବୀ”, ସାହିତ୍ୟ ପୁସ୍ତକ “କବିତା କଳିକାକୁ
ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ଚନ୍ଦ୍ରକାଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା
କରିଥିଲେ ହେମାଙ୍ଗିନୀ ମହାନ୍ତି, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଓ ଭବାନୀ ବଳିୟାରସିଂହ ।ପରିଶେଷର ଟ୍ରଷ୍ଟର ସଦସ୍ୟ ଜୁପିଟର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
April 26, 2024