ପୁରୀ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁରୁଣା କୋଠା ଅସୁରକ୍ଷିତ ଘୋଷଣା ପରେ ଆଜି ଏହାର ଭଙ୍ଗା କାମ ଆରମ୍ଭ ହୋଇଛି । ରବିବାର ପାଇଁ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିଛି । ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଜଗି ରହିଛନ୍ତି ।
ଉପଜିଲ୍ଲାପାଳ ଭବତାରଣ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି ।ଶ୍ରୀମନ୍ଦିର ଚୌହଦିର ୭୫ ମିଟର ପର୍ଯ୍ୟନ୍ତ ସବୁ କୋଠା ପ୍ରାୟ ଭଙ୍ଗା ହୋଇଗଲାଣି । ପରିକ୍ରମା ମାର୍ଗ ସୌନ୍ଦର୍ଯ୍ୟକରଣ ପାଇଁ ଉତ୍ସବ ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟର ଶୁଭାରମ୍ଭ କରିବେ । ଐଶାନ କୋଣ ଦୋଳବେଦୀ ଠାରେ ଏହାର ଶୁଭ ଦିଆଯିବ । ମାମଲା ଯୋଗୁଁ ଜଣେ ବ୍ୟକ୍ତିଙ୍କ ପାଚେରି ବଡଦାଣ୍ଡ ଦୋଳବେଦୀ ସଂଲଗ୍ନରୁ ଭଙ୍ଗା ଯାଇପାରିନାହିଁ । ମେଘନାଦ ପାଚେରି ଠାରୁ ୧00 ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଏଏସଆଇ ତାଗିଦ୍ କରିଛି ।