![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ରାଇରଙ୍ଗପୁର, ରାଇରଙ୍ଗପୁର ରୋଟାରୀ କ୍ଲବ୍ ର ସଭାପତି କାଳିପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ବରେ ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।ଓଡିଶାର ଲୋକପ୍ରିୟ କଳାକାର ତଥା ଓଡିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ (କୁନା ତ୍ରିପାଠୀ) ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରୋଟାରୀ କ୍ଲବ୍ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଏହି ଉତ୍ସବରେ ରୋଟାରୀୟାନ୍ ଅତନୁ ମହାନ୍ତି, ବିକାଶ ଭୁତ୍, ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ଜେନା, ପ୍ରତ୍ୟୁଷ କୁମାର ପରିଡା, ବିକାଶ ରଞ୍ଜନ ନାୟକ, ଟି.କେ. ବିଜୟନ୍, ସଂଗ୍ରାମ ଶତପଥୀ, ତାରାଚାନ୍ଦ ଅଗ୍ରୱାଲ୍, ଅନୁଜ ଅଗ୍ରୱାଲ୍, ବିବେକ ଚରଣ ପାହାଡି ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ରୋଟାରୀ କ୍ଲବର ସଭ୍ୟ ସଂଖ୍ୟା ବୃଦ୍ଧି, ବ୍ଲଡ୍ ବ୍ୟାଙ୍କ ସ୍ଥାପନ, ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଲବ ରାଇରଙ୍ଗପୁର ରୟାଲ୍ କିପରି ଭାବରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ସେମାନଙ୍କ ନିକଟତର ହୋଇପାରିବ ସେଥିପାଇଁ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ ।