ଭଦ୍ରକ – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ସୟା ଗ୍ରାମପଂଚାୟତରେ ଏକ ଅଜଣା ଜନ୍ତୁର ଆତଙ୍କ ଯୋଗୁଁ କୋକୁଆଭୟ ଦେଖାଦେଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ପଂଚାୟତସ୍ଥିତ ମଥୁରାପୁର କେନାଲ ଆଡିରେ ଆଜି ସକାଳେ ଏକ ଅଦ୍ଭୁତ ଜଂଗଲି ଜନ୍ତୁ କେନାଲ ଆଡିରେ ବୁଲୁଥିବାର କିଛି ଗ୍ରାମବାସୀ ଦେଖିଥିଲେ । ଖବର ପାଇ ବନବିଭାଗ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଦୁଇଟି ଜଂଗଲି ଜନ୍ତୁଙ୍କୁ ଧରିବାରେ ଉଦ୍ୟମ କରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଲୋକେ ଉକ୍ତ ଜନ୍ତୁର ଆତଙ୍କ ନେଇ ଭୟଭୀତ ହୋଇପଡିଛନ୍ତି । ଏହି ଜନ୍ତୁକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି । କିଏ ଏହାକୁ ବାଘ କହୁଛି ତ, କିଏ କହୁଛି ରାମ ଶିଆଳ । ତେବେ ବାସ୍ତବରେ ଏହା ଧରାପଡିଲେ ଜଣାପଡିବ ।
Related Stories
December 2, 2024