ଜୟପୁର – କୋରାପୁଟ ଜିଲା ବ୍ରାହ୍ମଣ ସମାଜ ଆନୁକୁଲ୍ୟରେ ଜୟପୁର ଠାରେ ଅବିଭକ୍ତ କୋରାପୁଟ ଜିଲା ବ୍ରାହ୍ମଣ ସମାଜର ଏକ କର୍ମକର୍ତା ସମନ୍ୱୟ ବୈଠକ ହୋଇଛି । ଏଥିରେ କୋରାପୁଟ, ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲାର କାଯ୍ୟକ । ସମେତ ପ୍ରାୟ ୨ ଶହ ଅଧିକ ବ୍ରହ୍ମଣ ଯୋଗଦେଇଥିଲେ । ଆବାହକ ନରସିଂହ ପ୍ରସାହ ମିଶ୍ର ତଥା ବିଷ୍ଣୁ ପ୍ରସଦାବ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ କୋରାପୁଟ ଜିଲା ସଭାପତି ଉପେନ୍ଦ୍ର ନାଥ ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ନାଥ ମିଶ୍ର, କୋରାପୁଟ ଜିଲା ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ତ୍ରିପାଠୀ, ନବରଙ୍ଗପୁର ଜିଲା ସଭାପତି ମଦନ ମୋହନ ପାଢୀ, ମାଲକାନଗିରି ଜିଲା ସଭାପତି ରଞ୍ଜନ ରଥ, ରାୟଗଡା ଜିଲା ସଭାପତି. ବ୍ରାହ୍ମଣ ମହାସଂଘର ରାଜ୍ୟ ସଂଯୋଜକ ମୃତ୍ୟୁଞ୍ଜୟ ଦାଶ ପ୍ରମୁଖ ମଂଚାସୀନ ଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ବେଦପାଠ କରାଯାଇଥିଲା । ଅବିଭକ୍ତ ଜିଲାରେ ଥିବା ବ୍ରାହ୍ମଣ ସଂଗଠନକୁ ସୁଦୃଢ କରିବା, ନିୟମିତ ବ୍ୟବଧାନରେ ବୈଠକ, ସାମାଜିକ ଗଣ ମାଧ୍ୟମରେ ପ୍ରଚାର, ପ୍ରାଧାନ ମନ୍ତ୍ରୀ , ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ଅଂଚଳରେ ଥିବା ବ୍ରାହ୍ମଣ ମାନେ କିପରି ନିସ୍ପେଷିତ ହେଉଛନ୍ତି ସେ ନେଇ ଲିଖିତ ଜଣାଇ ଦିଆଯିବା ସହ ଭୁବନେଶ୍ୱରରେ ଶୋଭାଯାତ୍ରା କରାଯିବା ନେଇ ସ୍ଥିର ହୋଇଛି । ଏହି ଚାରୋଟି ଜିଲାର ବ୍ରାହ୍ମଣ ଓ ବ୍ରାହ୍ମଣ ସଂଗଠନର ଏକତ୍ରିକରଣ ତଥା ପାରିବାରିକ, ସାମାଜିକ, ଅର୍ଥର୍ନୈତିକ ଏବଂ ରାଜନୈତିକ ସମସ୍ୟା ଏବଂ ଏହାର ସମାଧାନ ପାଇଁ ବିଷଦ୍ ଭାବରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ୱାରା ଆଲୋଚନା କରାଯାଇ ସ୍ୱ ସମ୍ମିତି କ୍ରମେ ନିଷ୍ପତି ଗ୍ରହଣ କରାଗଲା । ମଂଚାସୀନ ସମସ୍ତ ଅତିଥିଙ୍କୁ ଉତରୀୟ ପ୍ରଦାନ କରାଯିବା ସହିତ ଉପସ୍ଥିତ ସମସ୍ତ ବ୍ରାହ୍ମଣ ମାନଙ୍କୁ ମଧ୍ୟ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିନୋଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଦେବେନ୍ଦ୍ର ବାହିନିପତି, ଭବାନୀ ଚରଣ ଆଚାର୍ଯ୍ୟ, ମଦନ ମୋହନ ସାନ୍ତ୍ରା, ରାଧାନାଥ ଭଟ୍ଟ, ବିଘ୍ନରାଜ ସାମନ୍ତରାୟ, କିରଣ କୁମାର ମିଶ୍ର, , ବୀର ବରାଡ ପାଢି, ଗୋପ କୃଷ୍ଣ ପଣ୍ଡା, ମନୋଜ କୁମାର ମହାପାତ୍ର, କାଳି ପ୍ରସାଦ ମିଶ୍ର, ଭଗବାନ ପଣ୍ଡା ପ୍ରମୁଖ ନିଜସ୍ୱ ମତବ୍ୟକ୍ତ କରିଥିଲେ । କୋରାପୁଟ ଜିଲା ବ୍ରହ୍ମ ସମାଜର ମୁଖପତ୍ର ବ୍ରହ୍ମରଶ୍ମୀ ଉନ୍ମୋଚନ କରାଯିବା ପରେ ଶ୍ରୀନାଥ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ରାମ କୃଷ୍ଣ ସାବତ, ପ୍ରାରମ୍ଭିକ ସୂଚନା ଦିଆଯାଇଥିବା ବେଳେ ନବକୃଷ୍ଣ ରଥ ପର୍ଶୁରାମ ବାହିନୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
Related Stories
November 22, 2024