
ବେଲଗୁଣ୍ଠା, ବିଶିଷ୍ଟ ଯୋଗ ସାଧକ ତଥା ଆର୍ଯ୍ୟ ସମାଜ ବୈଦିକ ଚିନ୍ତାଧାରାର ଦୃଢ ପୃଷ୍ଠପୋଷାକ ଭାବେ ପରିଚିତ ସ୍ଵର୍ଗତ ରାଧାମୋହନ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତି ସଭା ନିଜ ପୈତୃକ ଗ୍ରାମ ପ୍ରତାପ ଲକ୍ଷ୍ମଣପୁର ଶାସନଠାରେ ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତ ମିଶ୍ରଙ୍କ କନିଷ୍ଠ ଭାଇ ଘନଶ୍ୟାମ ମିଶ୍ରଙ୍କ ନେତୃତ୍ୱରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସ୍ଵର୍ଗତ ମିଶ୍ରଙ୍କ ବଡ଼ ଭାଉଜ କିରଣବାଳା ମିଶ୍ର,ପଞ୍ଚାନନ ମିଶ୍ର,ପୁଷ୍ପାଞ୍ଜଳି ମିଶ୍ର, ବାଦଲ ତ୍ରିପାଠୀ, ମନୋଜ କୁମାର ତ୍ରୀପାଠୀ, ତପନ ତ୍ରିପାଠୀ, କମଳ ଲୋଚନ ମିଶ୍ର, ରଶ୍ମିକାନ୍ତ ମିଶ୍ର, ମନୋରମା ମିଶ୍ର, ଚିନ୍ମୟୀ ମିଶ୍ର, ଭୂମିକା ମିଶ୍ର, ହେମନ୍ତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵର୍ଗତ ମିଶ୍ରଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ I ପ୍ରକାଶ ଥାଉକି ସ୍ୱର୍ଗତ ମିଶ୍ର ଗତ 11 ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ହୃଦଘାତରେ ଇହଲୀଳା ସମ୍ବରଣ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO