
ଭୁବନେଶ୍ୱର. ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ମାରୱାଡି ସମାଜର ସମସ୍ତ ସଂଗଠନର ପ୍ରତିନିଧି ମାନେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଢଙ୍ଗୀ ଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ମନ୍ଦିର ନଗରୀ ଭୁବନେଶ୍ୱର ଠାରୁ ରାଜସ୍ତାନ ଜୟପୁରକୁ ସିଧା ସଳଖ ବିମାନ ଚଳାଚଳ ପାଇଁ ପୁଷ୍ପଗୁଛ ସହିତ ରାଜସ୍ଥାନି ପଗଡି ପିନ୍ଧାଇ ସମ୍ମାନିତ କରିବା ସହ ସମସ୍ତେ ଧନ୍ୟବାଦ ଜଣାଇଥିଲେ , ସାଂସଦ ମହୋଦୟାଙ୍କ ସ୍ୱପ୍ନ “ସମାଜର ସମସ୍ତ ପରିବାରରେ ଯୋଡ଼ି ହେବା ” ଏହା ଏକ ପ୍ରଶଂସନୀୟ ପଦକ୍ଷେପ | ସାଂସଦଙ୍କ କାର୍ଯ୍ୟ ଧାରାକୁ ଉପସ୍ଥିତ କାର୍ଯ୍ୟକର୍ତା ମାନେ ପ୍ରଶଂସା କରିଥିଲେ |ଏଥିରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଭୁବନେଶ୍ୱରର ମାରୱାଡି ସୋସାଇଟିର ପୂର୍ବତନ ସଭାପତି ଶ୍ରୀ ମହେନ୍ଦ୍ର ଗୁପ୍ତା ଜୀ, ବାବା ରାମଦେବ ରନିଚେ ୱାଲା ଟ୍ରଷ୍ଟର ସଭାପତି ଶ୍ରୀ ଲକ୍ଷ୍ମଣ ମହିପାଲ ଜୀ, ଶ୍ରୀ ଲାଲଚାନ୍ଦ ମୋହତା , ଅଳ୍ପସଂକ୍ଷକ ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ ପ୍ରକାଶ ବେଟାଲା ଜୀ, ବରିଷ୍ଠ ଉଦ୍ୟଗପତି ତଥା ସମାଜସେବୀ ଶ୍ରୀ ସତୀଶ ଗର୍ଗ, ଜୈନ ସମାଜର ଶ୍ରୀ ଶୁଭକାରଣ ଭୁରା ଏବଂ ଶ୍ରୀ ନବରତନ ବୋଥ୍ରା , ମହେଶ୍ୱରୀ ସମାଜରୁ ଶ୍ରୀ ଘନଶ୍ୟାମ ପେଡ଼ିୱାଲ, ଉତ୍କଳ ପ୍ରଦେଶର ମାରୱାରୀ ସମ୍ମିଳନୀ କଟକ ଶାଖାର ସଭାପତି ଶ୍ରୀ ସୁରେଶ କାମାନି, ମାରୱାରୀ ଯୁବା ମଞ୍ଚ କଟକ ସଭାପତି ଶ୍ରୀ ସଚିନ ଉଦୟପୁରିଆ ଏବଂ ଶ୍ରୀ ପ୍ରକାଶ ଅଗ୍ରୱାଲ, ଶ୍ରୀ ଅବିନାଶ କେଡିଆ, ଶ୍ରୀ କିଶୋର ଆଚାର୍ଯ୍ୟ,ବିପ୍ର ଫାଉଣ୍ଡେସନ ତରଫରୁ ଶ୍ରୀ ଓ଼ମଂ ପ୍ରକାଶ ମିଶ୍ର, ଶ୍ରୀ ରାଧେଶ୍ୟାମ ଶର୍ମା, ଶ୍ରୀ ବିଶ୍ୱ ନାଥ ଶର୍ମା, ମାରୱାରୀ ଯୁବା ମଞ୍ଚ ଭୁବନେଶ୍ୱର ଶାଖା ସଭାପତି ଶ୍ରୀ ମନୀଷ ଖଣ୍ଡେଲୱାଲ,ଶ୍ରୀ କିଶନ ବାଲୋଡିଆ, ଶ୍ରୀ ହରିଶ ଅଗ୍ରୱାଲ, ଶ୍ରୀ ଗୌରବ ଦାଗ, ଶ୍ରୀ ଦୀପକ ମୋଦୀ ଉତ୍କଳ ପ୍ରାଦେଶିକ ମାରୱାଡି ସମିଳନୀ ଭୁବନେଶ୍ୱର ଉପ ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ,
ଆପ୍ନୋ ପରିବାର ସଭାପତି ଶ୍ରୀ ଅଜୟ କେଜ୍ରିୱାଲ, ଶ୍ରୀ ବିପିନ ବଙ୍କା, ଶ୍ରୀ ଆଶିଷ ରୁଗାଡା, ଶ୍ରୀ ରୋନାକ ଡୁଗଡ, ସମାଜସେବୀ ଶ୍ରୀ ମୋହନ ଲାଲ ଲଢେ଼ନିଆ ଏବଂ ବହୁ ସଂଖ୍ୟାରେ କଟକ ଭୁବନେଶ୍ୱର ମାରୱାରୀ ସମାଜର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।
ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ବିଜେପି ଯୁବ ନେତା ଉମେଶ ଖଣ୍ଡେଲୱାଲଙ୍କ ନେତୃତ୍ୱରେ ସମସ୍ତେ ଯୋଗ ଦେଇ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମ୍ପନ ହୋଇଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO