କଟକ – କଟକ ଜିଲ୍ଲା ଖୁଂଟୁଣୀ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ରାଧାକିଶପୁର ଓଭରବ୍ରିଜ୍ ନିକଟରେ ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା କାଇମାଟି ଅଂଚଳର ସନ୍ତୋଷ ରାଜ୍ ଏକ ଘରୋଇ କମ୍ପାନୀର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ସନ୍ତୋଷ ଆଜି ୧୮ ଲକ୍ଷ ଟଙ୍କା ନେଇ ଢ଼େଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲେ । ଏହି ସମୟରେ ରାଧାକିଶପୁର ଓଭର ବ୍ରିଜ୍ ନିକଟରେ ଦୁଇଟି ପଲସର ବାଇକ୍ ରେ ୪ ଜଣ ଯୁବକ ଆସି ପ୍ରଥମେ ତାଙ୍କୁ ଅଟକାଇ ଥିଲେ । ସେ ଗାଡି ରଖିବା କ୍ଷଣି ଦୁର୍ବୃତ ମାନେ ତାଙ୍କ ଗାଡି ଚାବି ଛଡ଼ାଇ ନେଇଥିଲେ । ପରେ ସେମାନେ ସନ୍ତୋଷଙ୍କୁ ବିଭିନ୍ନ ଧମକ ଚମକ ଦେବା ସହ ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ୍ ଛଡାଇ ନେଇ ଘଟଣାସ୍ଥଳରୁ ଆଖି ପିଛୁଳାକେ ଚମ୍ପଟ୍ ମାରିଥିଲେ । ସନ୍ତୋଷ ଏନେଇ ଖୁଂଟୁଣୀ ଥାନାରେ ଏତଲା କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ସଂନ୍ଧ୍ୟା ସୁଦ୍ଧା ଏହି ଲୁଟେରା ଗ୍ୟାଙ୍ଗକୁ ଠାବ କରିବା କିମ୍ବା ଗିରଫ କରିବାରେ ପୋଲିସ ବିଫଳ ହୋଇଛି ।