ଜୟପୁର – ଭାଇକୁ ଅପରହଣ କରି ୨୯ ହଜାର ଟଙ୍କାରେ ବିକ୍ରି କରିଥିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଗଞ୍ଜେଇ ଦେବି କହି ୨୯ ହଜାର ଟଙ୍କାରେ ଭାଇ ଭାଇକୁ ବିକ୍ରି କରିଥିବା ଘଟଣା ଜିଲାରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ପୋଲିସ ନିକଟରେ ପହଂଚିବା ପରେ ଖୁଲାସା କରି ୪ ଜଣକୁ ଗିରଫ କରିଛି ପୋଲିସ ।
ଏନେଇ ଅଭିଯୋଗ ପୋଲିସ ନିକଟରେ ପହଂଚିବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରଥିଲା । ଭାଇକୁ କୋରାପୁଟ ପରେ ଜୟପୁରରେ ବନ୍ଧକ ରଖିଥିଲା ଭାଇ । ଟଙ୍କା ପାଇଁ ଏପରି କାଣ୍ଡ ଘଟାଇଥିଲା ଭାଇ । ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ଭାଇର ମୁହଁକୁ ବି ଚାହିଁଲାନି ଭାଇ । ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଦେଲା ଭାଇ । ଶେଷରେ ୪୮ ଘଂଟାର ଜୀବନ ମରଣ ସହିତ ସଂଘର୍ଷ ପରେ ଅପହରଣକାରୀଙ୍କ କବଳରୁ ଖସି ଆସିଛି ଭାଇ । କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଦେଉଳଗୁଡାର ରମଣୀ ଅମାନତ୍ୟ । ମାତ୍ର ୨୯ ହଜାର ଟଙ୍କାରେ ଲୋଭରେ ଏହି ଯୁବକକୁ ତାଙ୍କ ଭାଇ ଦେବ ନାୟକ ୫ ଜଣ ଯୁବକଙ୍କ ପାଖରେ ବନ୍ଧକ ରଖିଥିଲେ । ୪୮ ଘଂଟା ଅପରହଣକାରୀଙ୍କ ସହ ରହି ଜୀବନ ମରଣ ସହ ସଂଘର୍ଷ ପରେ ରମଣୀ କୈାଶଳ କ୍ରମେ ସେମାନଙ୍କ କବଳରୁ ଖସି ଆସି ଏହି ବିସ୍ଫୋରକ ବୟାନ ଦେଇଛନ୍ତି । ରମଣୀକୁ ଯେଉଁ ମାନେ ଅପହରଣକାରୀଙ୍କ ହାତରେ ୨୯ ହଜାର ଟଙ୍କାରେ ଟେକି ଦେଇଥିଲେ ସେମାନେ ହେଲେ ରମଣୀଙ୍କ ମାମୁଁ ପୁଅ ଭାଇ ଦେବ ନାୟକ ଏବଂ ତାଙ୍କ ସହଯୋଗୀ ଲିପଟ୍ ଖରା । ତେବେ ଭାଇ ଯେ ଏପରି କାମ ଟଙ୍କା ପାଇଁ କରିବ ଏହାକୁ ବିଶ୍ୱାସ କରିପାରୁନାହାଁନ୍ତି ରମଣି । ରମଣୀକୁ ବଳି ପାଇଁ ବିକ୍ରି କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆଜି ବୋରିଗୁମ୍ମାସ୍ଥିତ ଏସଡିପିଓ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ପୋଲିସ ଏହି ଘଟଣାର ଖୁଲାସା କରିଛି । ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପଦଲାମ ଅମାନତ୍ୟ, ଦେବ ନାୟକ, ଶଙ୍କର ନାୟକ, ଲିଫ୍ଟନ ଖୋରା ।
ଏସଡିପିଓ ହରେକୃଷ୍ଣ ମାଝି ଏହି ଖବରଦାତା ସମ୍ମିଳନିରେ ସୂଚନା ଦେଇ କହିଛନ୍ତି ଯେ, ଗତ ୨୧ ତାରିଖରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଦେଉଳଗୁଡାର ଶିବ ମନ୍ଦିର ପାଖରେ ଥିଲେ ରମଣୀ ଅମାନତ୍ୟ । ତାଙ୍କୁ ଗ୍ରାମର ଲିଫ୍ଟନ ଖୋରା ଓ ଜୟନ୍ତିଗିରିର ମାମୁ ପୁଅ ଭାଇ ଦେବ ନାୟକ କୋରାପୁଟ ଯିବା କହି ବାଇକରେ ବସାଇ ନେଇଥିଲେ । କୋରପୁଟକୁ ନେଇ ଅପରିଚିତ ବ୍ୟକ୍ତି ପାଖରେ ଛାଡି ୨୯ ହଜାର ଟଙ୍କାର ଗଞ୍ଜେଇ ଦେବୁ ବୋଲି କହି ଟଙ୍କା ଆଣି ରମଣୀକୁ ବନ୍ଧକ ରଖି ଛାଡି ଚାଲି ଆସିଥିଲେ । ପରେ କୋରାପୁଟ ଓ ଜୟପୁରର କିଛି ଯୁବକ ବନ୍ଧୁକ ଦେଖାଇ ଅପହରଣ କରି ତାଙ୍କୁ ଆମ୍ବାଗୁଡା ଜଙ୍ଗଲ ପାଖରେ ରଖିଥିଲେ । ଅପହରଣକାରି ମାନେ ରମଣୀଙ୍କ ଭାଇକୁ ଗଞ୍ଜେଇ ଆଣ ନହେଲେ ଟଙ୍କା ଫେରାଅ ବୋଲି ମାଗିଥିଲେ । ସେ ଫେରାଇ ପାରି ନଥିଲେ । ରମଣୀ ସକାଳୁ ଶୌଚ ଯିବା ବାହାନାରେ ଖସି ଆସି ୨୬ ତାରିଖରେ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ଅନ୍ୟ ପଟେ ଚୋରା ଗଞ୍ଜେଇ କାରବାରକୁ ନେଇ ତାଙ୍କୁ ବନ୍ଧକ ରଖାଯାଇଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି । ଏହି ୨ ଜଣ ପ୍ରଥମେ ରମଣିକୁ ତାଙ୍କ ଗ୍ରାମରୁ ଡାକି ନେଇ ଅପହରଣକାରୀଙ୍କ ପାଖରେ ବନ୍ଧକ ରଖିଥିଲେ । ଅପହରଣକାରୀ ମାନେ କେତେବେଳେ ବନ୍ଧୁକ ଦେଖାଇ ମାରିଦେବା ତ କେତେବେଳେ ଟ୍ରେନ ଲାଇନରେ ଫିଙ୍ଗି ଜୀବନରେ ମାରିଦେବାକୁ ଧମକ ଦେଇ ପ୍ରଥମେ କୋରାପୁଟ ପରେ ଜୟପୁର ନିକଟରେ ବନ୍ଧକ ରଖିଥିଲେ । ଅଭିଯୋଗ ପାଇ ପୋଲିସ ୧୫୪/୧୯ ରେ ଏକ ମାମଲା ରୁଜୁ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଯେଉଁ ମାନେ ରମଣୀଙ୍କୁ ରଖିଥିଲେ ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ମାଝି ସୂଚନା ଦେଇଛନ୍ତି ।