
ବ୍ରହ୍ମପୁର: ସରକାରୀ ଚାକିରୀ ପାଇଛନ୍ତି ଅନୁସୂଚିତ ଜନଜାତି ମହିଳା କୋଟାରେ। କିନ୍ତୁ ଖଣ୍ଡାୟତ ଜାତି ଏବଂ ଗୃହ କର୍ମ ଦେଖାଇ ଜମି କିଣିଛନ୍ତି। ଏହିପରି ଏକ ଅଭିଯୋଗ ଉଠିବା ପରେ ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ମହିଳା କିରାଣୀ ଅପର୍ଣ୍ଣା ପାତ୍ରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏହାର ଯାଞ୍ଚ୍ ନିର୍ଦେଶ ଦିଆଯାଇଥିବା ବେଳେ ତାଙ୍କ ଆଦେଶରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସହକାରୀ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଅଭିଯୋଗର ତଦନ୍ତ କରିଛନ୍ତି। ତଦନ୍ତ ରିପୋର୍ଟ ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଥିବା ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ କଲେକ୍ଟର ଶୁଭଶ୍ରୀ ରଥ।
ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁର ତହସିଲରେ କାର୍ଯ୍ୟରତ ଅପର୍ଣ୍ଣା ବ୍ରହ୍ମପୁର ଆମ୍ବପୁଆ ମୋୖଜାରେ ୦.୦୮୨.୬ ଡେସିମିଲି ଜମି କିଣିଥିଲେ। ଏହାର ପଟ୍ଟା ନମ୍ବର ୪୪୨/୬୪୭୯। ଏହା ସହ ସେ ଆହୁରି ଅନେକ ଜମି ଏହିପରି ଜାଲିଆତି କରି ବିକ୍ରୀ କରିଥିବା ଅଭିଯୋଗ ହୋଇଛି। ଜମି କିଣିବା କାଗଜପତ୍ରରେ ନିଜ କୁଳ ଖଣ୍ଡାୟତ ବୋଲି ଦର୍ଶାଇବା ସହ ଗୃହ କର୍ମ ବୃତ୍ତି ବୋଲି ଦର୍ଶାଇଛନ୍ତି ଯାହାକି ଅନଲାଇନ ପଟ୍ଟାରେ ଚଳିତ ବର୍ଷ ଜୁଲାଇ ୨୨ରେ ଉଲ୍ଲେଖ ରହିଛି।
ଜିଲ୍ଲାପାଳଙ୍କ ଆଦେଶ (ଚିଠି ନମ୍ବର ୨୬୭୭/୧୧.୦୭.୨୦୧୪)ରେ ସେ ଯେଉଁ ବରିଷ୍ଠ କିରାଣି ଭାବେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଯୁକ୍ତି ପାଇଛନ୍ତି ସେଥିରେ ଅନୁସୂଚିତ ଜନଜାତି ମହିଳା ବୋଲି ଉଲ୍ଲେଖ ରହିଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ବନ୍ଧୀୟ ନଥି ପତ୍ର ମଧ୍ୟ ଦାଖଲ ହୋଇଥିଲା। ଅନୁସୂଚିତ ଜନଜାତି ମହିଳା କୋଟାରେ ଚାକିରି ପାଇଥିବା ବେଳେ ଜାତି ଖଣ୍ଡାୟତ ଦର୍ଶାଇବା, ଚାକିରି କରି ବୃତ୍ତି ଗୃହ କର୍ମ ବୋଲି ଦର୍ଶାଇବା ଘଟଣାର ତଦନ୍ତ କରାଯିବାକୁ ଅଭିଯୋଗ ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO