ଭଞ୍ଜନଗର – ଭଞ୍ଜନଗର ର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନ ବିଭାଗ ପରିବାର ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବେଶ ଧୁମଧାମ ରେ ମାଆ ଶ୍ୟାମା କାଳୀ ଙ୍କର ପୂଜା ର ଆୟୋଜନ ହୋଇଛି l ଆକର୍ଷଣୀୟ ସାଜସଜ୍ଜା ଓ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ଦେଖିବାକୁ ପ୍ରବଳ ଭିଡ଼ ଜମୁଛି l ଗତକାଲି ବିଳମ୍ବିତ ରାତିରେ ଜଳଭଣ୍ଡାର ରୁ ପାଣି ଆଣିବା ପରେ ମାଆ ଙ୍କୁ ଆବାହନ ପୂଜା, ବଳିଦାନ, ଦୀପ ଦାନ, ଚଣ୍ଡୀ ପାଠ, ପୁଷ୍ପାଞ୍ଜଳି ଓ ଆଳତୀ କାର୍ଯ୍ୟ ଶେଷ ହୋଇଥିଲା l ଏଥିରେ କର୍ତ୍ତା ଭାବେ ବନ ବିଭାଗ କର୍ମଚାରୀ ପ୍ରଫୁଲ୍ଲ କୁମାର ମିଶ୍ର ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ l ଆଜି ଓ ଆସନ୍ତା କାଲି ମାଆ ଙ୍କର ବିଶ୍ରାମ ଦିବସ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି l ବୁଧବାର ଭସାଣି କରାଯିବ ବୋଲି ଜଣାପଡିଛି l
Related Stories
November 22, 2024