-
ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ
କଟକ, ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ । ଏହାର ତଦାରଖ କରିବେ ୧୦୦ ଅଧିକାରୀ । ସେହିପରି ୨୦ଟି ଏଡ୍ ପୋଷ୍ଟର ବ୍ୟବସ୍ଥା କରାଯାଇଛି । କୋଭିଡ଼୍ କଟକଣାକୁ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାର ତଦାରଖ ପାଇଁ ପୂଜା ମଣ୍ଡପ ଉପରେ ମଧ୍ୟ ନଜର ରଖାଯିବ । ପୂଜା ମଣ୍ଡପରେ ପୂଜକଙ୍କୁ ମିଶାଇ ମୋଟ୍ ୭ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । ଏହା ବ୍ୟତୀତ ରାତି ୮ଟା ପରେ ସହରରେ କର୍ଫ୍ୟୁକୁ କଡ଼ାକଡ଼ି କରାଯିବ । ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି ।