ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ନୂଆପଡା ଜିଲ୍ଲା ଆଶାୟୀ କନିÂ ଶିକ୍ଷକ ସଂଘର ଏକ ପ୍ରସ୍ତୁତି ବୈଠକ ଅନୁÂିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୩୦ ତାରିଖ ଦିନ ଆଶାୟୀ କନିÂ ଶିକ୍ଷକ ମାନେ ନିଯୁକ୍ତି ଦାବୀରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତି ନେଇଥିବା ଜଣାପଡିଛି । ବୈଠକରେ ଜିଲ୍ଲାର ଖଡିଆଳ, ସିନାପାଲି, ନୂଆପଡା, କୋମନା ଏବଂ ସିନାପାଲି ବ୍ଲକର ଶତାଧିକ ଆଶାୟୀ କନିÂ ଶିକ୍ଷକ ଯୋଗଦାନ କରି ସିଟି, ବିଇଡି, ଓଟିଇଟି ପାସ କରି ଘରେ ବେକାର ହୋଇ ବସି ରହିଥିବା ବେଳେ ସେମାନଙ୍କୁ ଅତିଶିଘ୍ର ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଦିନକୁ ଦିନ ମାନସିକ ଚାପ ସହ ବୟସ ବୃଦ୍ଧି ପାଉଥିବାରୁ ସେମାନଙ୍କୁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ତପôରତା ଦେଖାଇ ଯଥାଶିଘ୍ର ନିଯୁକ୍ତି ବ୍ୟବସ୍ଥା କରିବାକୁ ଦାବୀ କରିଥିଲେ । ଏନେଇ ଅନେକ ଥର ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନଥିବାରୁ ଆସନ୍ତା ୩୦ ତାରିଖ ଦିନ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରି ନିଜର ଦାବୀ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରିବେ ବୋଲି ସଭାପତି ପରମାନନ୍ଦ ପାନ, ସମ୍ପାଦକ ଖୁସିରାମ ବୈଠାରୁଙ୍କ ସହ ଅନ୍ୟାନ୍ୟ ଆଶାୟୀ ଶିକ୍ଷକ ପ୍ରକାଶ କରିଛନ୍ତି ।
Related Stories
May 5, 2024