ଭଦ୍ରକ – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ଠାରୁ ମା’ଙ୍କର ସପ୍ତମାତୃକା ବେଶ ଓ ବିଶ୍ବଶାନ୍ତି ମହାଯଜ୍ଞ ଶୁଭାରମ୍ଭ ହୋଇଛି। ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବା ବେଳେ ଦ୍ବିତୀୟ ଦିନରେ ମହାକାଳୀ ବେଶରେ ପୂଜା ପାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିବାନ୍ଧି ମା’ଙ୍କୁ ଧୂପ ଦୀନ ଦେଇ ଆଶୀର୍ବାଦ କାମନା କରିଛଡ଼୍ତି। ମା’ ବେଦମାତା ବେଶଷର ହଂସ ବାହନରେ ହଳଦିଆ ପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇ ଚତୁଦ୍ର୍ଧା ମୂର୍ିରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ମୁଖ କାନବର୍ଣ୍ଣା ଥିବା ବେଳେ ଦକ୍ଷିଣ ହସ୍ତରେ ଜପାମାଳି ଓ ବାମହସ୍ତରେ ବେଦ ଧାରଣ କରିଛନ୍ତି। ବେଦ ହେଉଛି ସର୍ବ ଜ୍ଞାନର ଭଣ୍ଡାର। ସୂର୍ଯ୍ୟଦେବ ଆଲୋକ ବଳରେ ଅନ୍ଧକାର ଦୂରିଭୁତ କଲେ ମଧ୍ଯ ଅଜ୍ଞାନ ଅନ୍ଧାରକୁ ଦୂରିଭୁତ କରିପାରନ୍ତି ନାହó। ମା’ଙ୍କୁ ଏହି ବେଦମାତା ବେଶଷର ଦର୍ଶନ କଲେ ଭକ୍ତର ଜ୍ଞାନଚକ୍ଷୁ ଉନ୍ମୁକ୍ତ ହେବା ସହ ଅଜ୍ଞାନ ଅନ୍ଧକାର ଦୂରିଭୁତ ହୋଇଥାଏ। ପୀଠରେ ସକାଳୁ ମଙ୍ଗଳ ଆଳତୀ, ଗୁରୁପୂଜା, ସୂର୍ଯ୍ୟପୂଜା, ପଦେବତା ପୂଜା କରାଯିବା ପରେ ମହାଯଜ୍ଞ ନିମନ୍ତେ ମାନସିକଧାରୀ ଭକ୍ତମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୂଣ୍ୟତୋୟା ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟକୁ ପୂଜା କରାଯିବା ପରେ ମହାଯଜ୍ଞ ଶୁଭାରମ୍ଭ ହୋଇଥିଲା। ସପ୍ତ ମାତୃକାବେଶର ଦ୍ବିତୀୟ ଦିନରେ ମା’ ମହାକାଳୀ ବେଶଷର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୁରାଣ ମତ ଅନୁସାରେ ମା’ ଭଦ୍ରକାଳୀ ଶଶନ୍ତିରୂପା। ସେ କୋଳରେ ବାଳଗୋପାଳଙ୍କ ବିଗ୍ରହ ଧାରଣ କରି ମାତୃଶକ୍ତ୍ିର ପରିଚୟ ଦେଇଛନ୍ତି। କିନ୍ତୁ ବର୍ଷର ଗୋଟିଏ ଦିନ ତଥା ସପ୍ତମାତୃକା ବେଦଶର ଦ୍ବିତୀୟ ଦିନ ମା’ ଉଗ୍ରରୂପ ଧାରଣ କରିଥାନ୍ତି। ମହାକାଳୀ ବେଶଷର ମା’ଙ୍କର ମୁଖମଣ୍ଡଳ ଶ୍ରାମଳ ବର୍ଣ୍ଣ ଥିବା ବେଳେ ନାଳିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି। ଦକ୍ଷିଣ ହସ୍ତରେ ଖଡ୍ଗ ଡ଼ାରଣ କରିଥିବା ବେଳେ ରକ୍ତ ଜିହ୍ବା, ମୁକ୍ତକେଶା, ମୁଣ୍ଡମାଳ ଧାରଣ କରି ଉଗ୍ରରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଆଜି ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗିଥିଲା। ମହାକାଳୀ ବେଶଷର ମା’ଙ୍କୁ ଦର୍ଶନ କଲେ କାମ, କ୍ରୋଧ,ହିଂସା, ଗର୍ବ, ଅହଙ୍କାର ବିନାଶ ହୋଇଥାଏ। ଭକ୍ତଙ୍କୁ ଧର୍ମପଥକୁ ପଥ ଦେଖାଏ ବୋଲି ବିଶ୍ବାସ ରହିଛି। ସପ୍ତମାତୃକା ବେଶର ତୃତୀୟ ଦିନରେ ମା’ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ।
Related Stories
November 10, 2024
November 10, 2024
November 10, 2024