ଭଦ୍ରକ – ପବିତ୍ର ଦୀପାବଳୀ ଉସôବ ପାଇଁ ଗତରବିବାର ରାଜ୍ୟର ପ୍ରସିଦ୍ଧ ଶୈବପୀଠର ଅଧିଷ୍ଠିତ ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଚଳଚଳ। ଏପରିକି ଶହଶହ ବର୍ଷର ପରµରା ଅନୁଯାୟୀ ରାତ୍ର ସାଢେନଅଟାରେ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ। ଏଥିପାଇଁ ମନ୍ଦିରରେ ଦୈନଦିନ ନୀତିନୀର୍ଘର ସାମନ୍ୟ ପରିବର୍ନ କରାଯିବା ସହିତ ଦିନତମାମ ଚାଲିଥିଲା ସ୍ବତନ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ମନ୍ଦିର ମାର୍ଜନା, ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ଓ ଦୀପଦାନ ନିମନ୍ତେ ସକାଳ ୫ଟା ଠାରୁ ଅପରାହ୍ଣ ପର୍ଯ୍ୟନ୍ତ ସାହଣମେଲା କରାଯାଇଥିଲା। ମଧ୍ଯାହ୍ଣରେ ମଣିବାବାଙ୍କୁ େଯାଗୀବେଶରେ ସଜ୍ଜିତ କରାଯାଇଥିବା ବେଳେ ଅପରାହ୍ଣ ୪ଟାରେ ଫୁଲ, ଚନ୍ଦନ ଓ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ସଂଧ୍ଯାରେ ମୁଖ୍ୟମନ୍ଦିର ସହ ପାଶ୍ର୍ବ ମନ୍ଦିର ଗୁଡିକୁ ଦୀପ ଆଲୋକରେ ସଜ୍ଜିତ କରାଯାଇଥିବା ବେଳେ ମାନସିକଧାରୀ ଭକ୍ତମାନେ ଶହଶହ ଦୀପ ଜାଳିଥିଲେ ମନ୍ଦିର ବେଢାରେ। ଏପରିକି ଦୀପାବଳୀ ନୀତି ନିମନ୍ତେ ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ମଣିବାବାଙ୍କ ନିକଟରେ ଗୁପ୍ତ ଷୋଡଶରେ ଅଗ୍ନି ସଂେଯାଗ କରାଯିବା ପରେ ଜଗତ କଲ୍ୟାଣ ଉଦ୍ୟେଶରେ ସେବାୟତମାନେ ଘା, କିର୍ନ ଛତ୍ର ଆଲଟ ଦ୍ବାରା ମହାଦୀପକୁ ମନ୍ଦିର ବେଢା ପ୍ରଦକ୍ଷଣ କରାଇବା ସହ ରାତ୍ର ସାଢେନଅଟାରେ ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ। ଏହି ମହାନ ପରµରା ଦୀପାବଳୀ ନୀତର ମହାଦୀପ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଏହାକୁ ଦୃଷ୍ଟିରେ ରଖି ଆରଡି ପୁଲିସ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।