
ବେଲଗୁଣ୍ଠା, ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ଚଳିତ ବର୍ଷର ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସୁରେଖା ମଲ୍ଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ସେବା ଅଧିକାରିଣୀ ଗାୟତ୍ରୀ ମିଶ୍ର,ମିଶନ୍ ଶକ୍ତି ଜିଲ୍ଳା ସଂଯୋଜକ ଶାଶ୍ଵତ କୁମାର ସାହୁ, ଅତିରିକ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରି ସାଧନ ଚନ୍ଦ୍ର ଦାସ, ମିଶନ୍ ଶକ୍ତି ବିପିସି ପ୍ରଶାନ୍ତ ନାୟକ,ଅଙ୍ଗନୱାଡ଼ି ସୁପରଭାଇଜର ରଞ୍ଜିତା ଦଳାଇ ଏବଂ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଅତିଥି ମାନେ ଶିଶୁ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ପୋଷାକ ବିତରଣ କରିଥିଲେ I ଏହା ସହିତ ଉପସ୍ଥିତ ମାଆ ମାନଙ୍କୁ ମଧ୍ୟ ଶିଶୁଙ୍କ ପୌଷ୍ଟିକ ଆହାର ଏବଂ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମ ପରିଚାଳନାରେ ଗାଙ୍ଗପୁରର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଏବଂ ସହାୟିକା ସହଯୋଗ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO