
ଭଦ୍ରକ – ଭଦ୍ରକ ଗ୍ରାମାଳ ଥାନା ଅଧୀନସ୍ଥ ବଗମରା ଓ ଅର୍ଣ୍ଣପାଳ ପଂଚାୟତର ଘଟପୁର ଗ୍ରାମରେ ବାଣଫୁଟି ଦୁଇଜଣ ଶିଶୁ ଗୁରୁତର ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଦୀପାବଳି ଅବସରରେ ବଗମରା ଗ୍ରାମର ମୋହନ ଚନ୍ଦ୍ର ମଲ୍ଲିକ ନିଜ ଘରେ ପିଲାଙ୍କ ସହ ବାଣ ଫୁଟାଉଥିଲେ। ସେହି ସମୟରେ ତାଙ୍କ ୩ ବର୍ଷର ଶିଶୁପୁତ୍ର ଘରେ ଥିବା ବାଣ ଆଣି ନିଆଁ ଲଗାଉଥିବା ବେଳେ ତାହା ଫୁଟିଯାଇଥିଲା। ଫଳରେ ଶିଶୁଟିର ବାମହାତର ତିନୋଟି ଆଙ୍ଗୁଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଚିକିସôା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟ ଆଣିଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେହିଭଳି ଅର୍ଣ୍ଣପାଳ ଭଟପୁର ଗ୍ରାମରେ ବାଣ ଫୁଟାଉଥିବା ସମୟରେ ପପୁ ଦାସଙ୍କ ୩ ବର୍ଷର ପୁତ୍ର ଗୁରୁତର ହୋଇଛି। ଶିଶୁଟିକୁ ଭଦ୍ରକ ମେଡିକାଲରେ ଭର୍ି କରାଯାଇଛି।