ପୁରୀ, ୨ ଅକ୍ଟୋବର ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ । ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ । ଅହିଂସା ଉପାୟରେ ଦେଶରୁ ଇଂରେଜ ସରକାରଙ୍କୁ ତଡ଼ି ସ୍ୱାଧୀନତା ଆଣିଥିବା ମହାନ୍ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଶନିବାର ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମାନେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଛି । ଏଥି ସହିତ ନରେନ୍ଦ୍ରକୋଣ ସ୍ଥିତ ବାଳାଶ୍ରମରେ ଛୋଟ ଛୋଟ ପିଲାଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଛି । ବିଜେଡ଼ି ପକ୍ଷରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ କରି ନଭେମ୍ବର ୨ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୁଏ । କିନ୍ତୁ, ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସମ୍ପର୍କ ପଦଯାତ୍ରାକୁ ବନ୍ଦ କରି ସମାଜ ପାଇଁ ଜନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ, ବିଜେଡ଼ି ପକ୍ଷରୁ ସରୋଜ ନାୟକ (ଜିଲ୍ଲା ଯୁବ ବ୍ୟାପାର ବିଜେଡ଼ି), ବିଜୟ କୁମାର ମାଝୀ (ସଦର ଯୁବ ସଭାପତି), ଜଗନ୍ନାଥ ବିଶୋଇ, ଆଲୋକ ଭୋଇ, ସୁଧାଂଶୁ ସାହୁ, ସନତ ପରିଜା, ରୋଷନ ପ୍ରଧାନ, ପ୍ରମୋଦ ଜେନା, ମୁକେଶ ସୁନ୍ଦରା, ଟୀଙ୍କୁ ମହାନ୍ତି, ଲୋକନାଥ ଦାସ, ଦୀପକ ଜାଲୀ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରି ଜନ କଲ୍ୟାଣ କାର୍ଯ୍ୟ କରୁଥିଲେ ।