
ଭୁବନେଶ୍ୱର, ପାର୍ବଣ ଭିଡ଼ ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ନଜର ରଖିବ । ପାର୍ବଣରେ ଭିଡ଼ ଜମିଲେ ସଂକ୍ରମଣ ବଢିପାରେ । ପୂର୍ବ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି । ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ ବୋଲି ସ୍ୱାସ୍ଥ୍ୟ ନର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ ଯେଉଁ ଅଂଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କେଂଟନମେଂଟ ଓ ମାଇକ୍ରୋକେଂଟନମେଂଟ କରାଯିବ । ଏବେ ଦୈନିକ ଟେଷ୍ଟିଂ ୬୦ ରୁ ୭୦ ହଜାର କରାଯାଉଛି । ତାହା ଜାରି ରହିବ । କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି । ତେଣୁ ଆମେ ତାହାକୁ ଗୁରୁତ୍ୱ ଦେଉଛୁ ।