
ବେଲଗୁଣ୍ଠା,ପ୍ରଶାସନର ବାରମ୍ବାର ସଚେତନ କରିବା ସତ୍ତ୍ୱେ ବେଲଗୁଣ୍ଠା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସ୍ଵଚ୍ଛତା ପ୍ରତି ଦୃଷ୍ଟି ନଦେବା, ପଲିଥିନର ବହୁଳ ବ୍ୟବହାର କରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ତେଣୁ ଆଜି ଗଞ୍ଜାମ ଜିଲ୍ଳାପାଳଙ୍କ ଆହ୍ୱାନ କ୍ରମେ ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଏନ୍ଫୋର୍ସମେଣ୍ଟ ଟିମ୍ ବେଲଗୁଣ୍ଠା ସହରରେ ବିଭିନ୍ନ ଦୋକାନ ବଜାରର ସ୍ଵଚ୍ଛତା ଯାଞ୍ଚ୍ କରିଥିଲେ I ଯାଞ୍ଚ୍ ସମୟରେ ସେମାନେ ପଲିଥିନ୍ ବ୍ୟବହାର କରୁଥିବା,ନିଜ ଦୋକାନର 5 ମିଟର ପରିଧିକୁ ପରିଷ୍କାର କରୁନଥିବା,ଦୁଇ ରଙ୍ଗର ଡଷ୍ଟବିନ୍ ବ୍ୟବହାର କରୁନଥିବା ଏବଂ ଟ୍ରେଡ଼୍ ଲାଇସେନ୍ସ କରିନଥିବା ବ୍ୟବସାୟୀ ମାନଙ୍କୁ ଚେତାବନୀ ଦେବା ସହିତ ସେମାନଙ୍କ ନିକଟରୁ 2900 ଟଙ୍କା ଜୋରିମାନା ଆଦାୟ କରିଥିଲେ I ଏହି ସମୟରେ ସେମାନେ ଜନ ସାଧାରଣଙ୍କୁ ରାସ୍ତା କଡ଼ରେ ଅଳିଆ ନପକାଇ ଡଷ୍ଟବିନ୍ ରେ ପକାଇବା ପାଇଁ ପରାମର୍ଶ ଦେଇଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ପାତ୍ରଙ୍କ ସମେତ ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର ରେଡ୍ଡୀ, ଏନ୍ଫୋର୍ସମେଣ୍ଟ ଟିମ୍ ମୁଖ୍ୟ ଅଶ୍ୱିନୀ କୁମାର ନାୟକ, ଟ୍ୟାକ୍ସ କଲେକ୍ଟର୍ ବାବୁଲା ଗୌଡ଼, ସନ୍ତୋଷ କୁମାର ପଣ୍ଡା, ମହେନ୍ଦ୍ର କୁମାର ଦାଶ୍, ରବୀନ୍ଦ୍ର ନାଥ ତ୍ରିପାଠୀ, ସିଟି ମିଶନ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ଷଡଙ୍ଗୀ, ସ୍ଵଚ୍ଛ ସାଥୀ ସୁପରଭାଇଜର ପାୟଲ କୁମାରୀ ମହାପାତ୍ର,ମୁକ୍ତା ସେଲ୍ ର ମଙ୍ଗୁଳୁ ମୁନି, କ୍ଷୀରୋଦ କୁମାର ବେହେରା, ଏମ୍.ସି.ସି ଇନଚାର୍ଜ ହେଡ୍ ଶିବରାମ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ I ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ଏହି ଯାଞ୍ଚ୍ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯିବା ସହିତ ବେଲଗୁଣ୍ଠା ସହରକୁ ସମ୍ପୂର୍ଣ୍ଣ ପଲିଥିନ୍ ମୁକ୍ତ କରାଯିବ ବୋଲି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ ପାତ୍ର ପ୍ରକାଶ କରିଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO