-
ପାର୍ବଣ ରେ ଭିଡ଼ କରିବାକୁ ପରାମର୍ଶ
-
ଭିଡ ହେଲେ ସଂକ୍ରମଣର ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଶୁକ୍ରବାର ଦିନ କହିଛନ୍ତି ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି ।ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି । ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ । ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ବାହାରିବା ଉଚିତ ବୋଲି ସେ କହିଛନ୍ତି ।
ଯଦି ସମସ୍ତେ ସଜାଗ ରହିବେ , ତାହାଲେ କରୋନାକୁ ପ୍ରତିହତ କରି ଯାଇ ପାରିବ । । ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡାଇରେକ୍ଟର ମଧ୍ୟ ଦେଶବାସୀ ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।