ଖୋର୍ଦ୍ଧା– ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ଶିଳ୍ପାଂଚଳ ଫାଣ୍ଡି ପୋଲିସ୍ ଜଣକୁ ଗିରଫ କରିବା ସହ ତା’ଠାରୁ ଏକ କୁ୍ୟଂଟାଲ୍ ଗଞ୍ଜେଇ ଜବତ କରିଛି । ଏପରିକିି ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ କାର୍କୁ ଜବତ କରିଛି । ତେବେ ଗିରଫ ଜଣକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଜାମୁସାହିର ଆକାଶ ସାହୁ ।
ସୂଚନା ମୁତାବକ ଗତକାଲି ଅପରାହ୍ନରେ ଓଡି-୦୨-ଏଏଲ୍-୫୧୬୦ ନମ୍ବର ବିଶିଷ୍ଟ ହୋଣ୍ଡା ଆମେଜ୍ କାର୍ରେ ୫ଟି ଫୁଲ ଓ ଫଳ ପେଟିରେ ଏକ କୁ୍ୟଂଟାଲ ଭର୍ତି ଗଞ୍ଜେଇ ନୟାଗଡ଼ରୁ ଭୁବନେଶ୍ୱର ଚାଲାଣ ହେଉଥିବା ସମୟରେ ଖୋର୍ଦ୍ଧା ପୋଲିସ୍ ଏକ ବିଶେଷ ସୂତ୍ରରୁ ଖବର ପାଇ ଶିଳ୍ପାଂଚଳ ଫାଣ୍ଡି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଛପି ରହିଥିଲା । ଠିକ୍ ସେହି ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାର୍ ଯାଉଥିବା ସମୟରେ ଶିଳ୍ପାଂଚଳ ପୋଲିସ୍ ତାହାକୁ ଅଟକାଇ ଯାଂଚ କରିଥିଲା । ତେବେ ଯାଂଚ ସମୟରେ କାର୍ରୁ ଗଞ୍ଜେଇ ଭର୍ତି ୫ଟି ପେଟିକୁ ଜବତ କରିବା ସହ ଆକାଶ ଗିରଫ କରିଥିଲା । ତେବେ ଜବତ ଗଞ୍ଜେଇର ବଜାର ଦର ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି ।