କେନ୍ଦ୍ର ର ମୋଦୀ ସରକାର ର ଖାଉଟି ଓ ଚାଷୀ ବିରୋଧୀ ତିନି କଳା କୃଷି ଆଇନି ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ସରକାରୀ ମଣ୍ଡି ସୁଦୃଢ କରିବା, ବିଦ୍ୟୁତ ଉପଭୋକ୍ତା ଙ୍କୁ 200ୟୁନିଟ ବିଲ ଛାଡ଼, ପେଟ୍ରୋଲ ଡିଜେଲ ଗ୍ୟାସ ରେ ଜି ଏସ ଟି ଲାଗୁ କରି ଦର କମେଇବା, ମାନିଟାଇଜେସନ ପାଇପି ଲାଇନ ବିଲ ନାମ ରେ ଦେଶ ର ରେଳ, ବନ୍ଦର, ଖଣି,ରାଜପଥ, ବ୍ୟାଙ୍କ ବୀମା କୁ ଅଦାନୀ ଅମ୍ବାନୀ ହାତରେ ବିକିବା ବିରୁଦ୍ଧରେ, ଆୟକର ବାହାରେ ଥିବା ସମସ୍ତ ଙ୍କୁ ଛଅ ମାସ ପାଇଁ ଆର୍ଥିକ ସହାୟତା ଦେବା, ଆବାସ ଯୋଜନା ରେ ବସ୍ତି ବାସିନ୍ଦା ଙ୍କୁ ଜମି ଓ ଘର, ମନରେଗା ରେ ଦୁଇ ସହ ଦିନ କାମ ଓ 600ଟଙ୍କା ମଜୁରୀ ପାଇଁ ଭାରତ ବନ୍ଦ କୁ ପୁରୀ ରେ ବାମ ଦଳ ଓ ଶ୍ରମିକ ସଂଗଠନ ମାନେ କଚେରୀ ଛକ ରେ ପିକେଟିଂ କରି ଥିଲେ |
ହାତ ରେ ପତାକା ଧରି ଅଫିସ ଓ କୋର୍ଟ ଆଗରେ ବିକ୍ଷୋଭ କରିଥିଲେ ମୋଦୀ ସରକାର ର ଜନ ବିରୋଧୀ ନୀତି କୁ ପ୍ରତ୍ୟାହାର ପାଇଁ ଭାଷଣ ଦେଇଥିଲେ |ବ୍ୟାଙ୍କ, ପୋଷ୍ଟ ଅଫିସ,ଜିଲ୍ଲା ପାଳ ଅଫିସ,ଏଲ ଆଇ ସି ଅଫିସ ଆଗରେ ଦଳୀୟ କର୍ମୀ ବସିଥିଲେ ଫଳରେ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା |
ଜିଲ୍ଲା ଜଜ ଦଳୀୟ କର୍ମୀଙ୍କ ଅନୁରୋଧ ରକ୍ଷା କରି ଫେରିଥିଲେ ଫଳରେ କୋର୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା |ଓଡିଶା ସରକାର ବିଦ୍ୟୁତ କୁ ଟାଟା ହାତରେ ଟେକି ଦେବାକୁ ବିରୋଧ କରି ଓ ପୁରୀ ର ଜମିଜମା ସମସ୍ୟା କୁ ସମାଧାନ କରିବାରେ ବିଫଳ ଥିବା ବିଜେଡି ସରକାର ବିରୋଧ ରେ ସ୍ଲୋଗାନ ଦେଇଥିଲେ |
ଏଥିରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ମୋହନ ନାଇଡୁ, ପ୍ରଦୀପ୍ତ ମହାନ୍ତି, ଜ୍ଞାନ ରଞ୍ଜନ ଦାସ,ପ୍ରତାପ ଚିନାରା, ଜିତେନ୍ଦ୍ରିୟ ବେହେରା,ପ୍ରଫୁଲ୍ଲ ମହାପାତ୍ର ଟୁନା ନାୟକ, ମନୋରଞ୍ଜନ ମହାରଣା, ବିଭୁତି ରାଉତରାୟ,ରଂଜିତ ନାୟକ, ଗୋବିନ୍ଦ ନାୟକ,ରବି ପ୍ରଧାନ,ବାହାନ ପରିଡା, ଶଙ୍କର୍ଷଣ ସ୍ୱାଇଁ,ନାରାୟଣ ସାସମଲ ପ୍ରମୁଖ ବନ୍ଦ ରେ ସାମିଲ ଥିଲେ |