ପୁରୀ ,ପୁରୀ ସହରର ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପରମ୍ପରା ଅନୁଯାୟୀ ପିତୃପକ୍ଷ ଅବସରରେ ପିତୃ ମହାଯଜ୍ଞ କରାଯାଇଛି |
ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାରର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ ସ୍ବର୍ଗତ ପିତୃ ମାନଙ୍କ ଆତ୍ମାର ସଦଗତି କାମନା ଓ ଗୋମାତା ଙ୍କ ସୁରକ୍ଷା ଏବଂ ଗୋବଂଶ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରି ଏହି ମହାଯଜ୍ଞ କରାଯାଇଥିଲା |
ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟ ଜାଲନା ସହରର ଅନ୍ତରାଷ୍ଟ୍ରୀୟ ରାମାୟଣ ଓ ଭାଗବତ କଥା ପ୍ରବଚକ ବ୍ୟାସ ତଥା ଜାଲନା ଶ୍ରୀରାମ ମନ୍ଦିର ମହନ୍ତ ଶ୍ରୀ ମନୋଜ ଜୀ ମହାରାଜ ଏବଂ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ ପ୍ରତିହାରୀ ଏହି ମହାଯଜ୍ଞରେ ମୁଖ୍ୟ ଯଜମାନ ଥିଲେ ଏବଂ ମହାଯଜ୍ଞରେ ମୁଖ୍ୟ ପୁରୋଧା ଥିଲେ ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ ଓ ବ୍ରିଜମୋହନ ଦାସ ଜୀ |
ଏଥି ସହିତ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଏହି ଯଜ୍ଞକୁ ପରିଚାଳନା କରିଥିଲେ |