ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଚଂଳରେ ବନ୍ୟାର ନିୟନ୍ତ୍ରଣ ପାଇଁ ବ୍ରାହ୍ମଣୀ ନଦୀ ବାମପାର୍ଶ୍ବରେ ଅଳପୁଆ ଠାରୁ ଜଗନ୍ନାଥପୁର ଘାଟ ପର୍ଯ୍ୟନ୍ତ ୧୪ କି.ମି. ପଥର ବନ୍ଧ ନିର୍ମାଣ କରିବାକୁ ଅଚଂଳବାସୀ ଦାବୀ କରିଛନ୍ତି । ଏହି ପଥର ବନ୍ଧ ଦ୍ୱାରା ବ୍ରାହ୍ମଣୀ ବନ୍ୟାକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ । ଫଳରେ ବ୍ରାହ୍ମଣୀ ଓ କାଣୀ ନଦୀ ବନ୍ୟାରେ ପଟ୍ଟାମୁଣ୍ଡାଇ ଧୋୟାଚଂଳର ଅଣ୍ଢରା, ଅମୃତମଣୋହି, ତରଡିପାଳ, ପେଣ୍ଠପାଳ, ଅଳପୁଆ, ବଲୁରିଆ ଆଦି ପଚାଂୟତରେ ବନ୍ୟା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦିଆଯାଇପାରିବ । ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସିଲେ ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ଅନ୍ୟୁନ ୩୦ ରୁ ଉର୍ଦ୍ଧ୍ବ ଗ୍ରାମ ସହ ଆଖପାଖ ଅଂଚଳ ଜଳମଗ୍ନ ହୋଇପଡିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଥରେ ବନ୍ୟାଜଳ ପ୍ରବେଶ କଲେ ମାସାଧିକ କାଳ ବିଭିନ୍ନ ସାହି, ବସ୍ତି ପାଣିଘେରରେ ରହିବା ସହିତ ଚାଷଜମିର ଫସଲ ସମୂଳେ ଉଜୁଡିଯାଉଛି । ବନ୍ୟା କମି ଯାଇଥିଲେ ମଧ୍ୟ ଏବେବି ଅଳପୁଆ ପଚାଂୟତର ମିଶ୍ରବାଗ, ଶାସନ, ତରଡିପାଳ ପଚାଂୟତର ପୋଖରୀକୁଳ, ତୁଳଶିଡିଆ, ତରଡୀପାଳର ଉତ୍ତରପାର୍ଶ୍ଵ ୫ଟି ୱାଡ ଓ ପେଣ୍ଠପାଳ ପଚାଂୟତର କୁଳସାହି, କୋଳଥିଆ, ଦାଣ୍ଡିସାହି, ବାଲିକିରା, ବାଲିକୁଦା, ଅଣ୍ଢରା, ବ୍ରାହ୍ମଣସାହି, ବରହମପୁର, ଦାଣ୍ଡିଉପର, ଅମୃତମଣୋହିର ପାତ୍ରସାହି, ନୂଆଡିଆ, ଜଗନ୍ନାଥପୁର ପ୍ରଭୃତି ଗ୍ରାମ ଗୁଡିକର ଲୋକେ ପାଣିଘେରରେ ଅଛନ୍ତି । ୨ ସପ୍ତାହ ପରେ ମଧ୍ୟ ଏବେବି ସିଂହଗାଁ ପଚାଂୟତକୁ ଯୋଗାଯୋଗ ବିଛିନ୍ନ ହୋଇ ରହିଛି । ତରଡିପାଳ ମହାଦେବ ମଳିକସାହି ଚର୍ତୃପାର୍ଶ୍ବରେ ୨ ଫୁଟ ଉଚ୍ଚର ବନ୍ୟାଜଳ ଜମି ରହିଛି । ବିଦ୍ୟାଳୟ ଗୁଡିକ ପାଣିଘେରରେ ଥିବାରୁ ପାଠପଢା ବ୍ୟାହତ ହୋଇଛି । ବନ୍ୟାପାଣି ଜମି ରହିବା ଫଳରେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇ ସଂକ୍ରାମକ ରୋଗ ବୃଦ୍ଧି ପାଇବାର ଆଶଙ୍କା ସୄଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ବନ୍ୟାବିପନ୍ନଙ୍କୁ ରିଲିଫ ବଟଂନ କରାଯାଇଥିଲେ ହେଁ ଗୃହବନ୍ଦୀ ହୋଇ ରହିଥିବା ଗୃହପାଳିତ ପଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ଭାବେ ଗୋଖାଦ୍ୟ ଯୋଗାଇ ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଧୋୟାଚଂଳରେ ବିଲବାଡି ଓ ଚାରଣ ଭୂମି ଗୁଡିକ ବନ୍ୟାପାଣିରେ ବୁଡି ରହିବା ଫଳରେ ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ସମସ୍ୟା ଦେଖା ଦେଇଛି । ଏସବୁର ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।