ଭୁବନେଶ୍ୱର – ଗତ ଅକ୍ଟୋବର ୨୩ରୁ ୨୫ତାରିଖ ମଧ୍ୟରେ ଲଘୁଚାପ ଜନିତ ଅତିଶୟ ବର୍ଷାଦ୍ୱାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ଘଟିଛି । ଅନେକ ସ୍ଥାନରେ ବିଲରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିବାରୁ ଧାନଗଛ ଗୁଡିକ ବୁଡି ଯିବା ସହିତ ପାଚିଲା ଧାନ ଥୋଡ ଓ ଫୁଲ ଉଡା ଧାନ ସଂପୂର୍ଣ୍ଣ ଉଜୁଡି ଯାଇଛି । ମୁଗ, ବିରି,କୋଳଥ ପ୍ରଭୃତି ବିଭିନ୍ନ ତୈ÷ଳବୀଜ ଓ ପନିପରିବା ଚାଷରେ ନାହିଁ ନଥିବା କ୍ଷୟ କ୍ଷତି ଘଟିଛି ।
ତେଣୁ ରାଜ୍ୟ ସରକାର ପ୍ରକୃତ ହିତାଧିକାରୀ ଚିହ୍ନଟ, କ୍ଷୟକ୍ଷତିର ସଠିକ୍ ଆକଳନ, ସ୍ୱଚ୍ଛତା ଓ ନିଦ୍ଧିଷ୍ଟ ସମୟସୀମା ମଧ୍ୟରେ ସଠିକ୍ ରିପୋର୍ଟ ପ୍ରସ୍ତୁତକରି ପ୍ରାକୃତିକ ବିପର୍ଯ୍ୟୟ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ଅର୍ଥ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜରେ ଚାଷୀଙ୍କୁ ପ୍ରତି ଏକର ପିଛା ୨୦ହଜାର ଟଙ୍କା ସହାୟତା ରାଶି, କୃଷି ଋଣ ଛାଡ, ମାଗଣାରେ ତୈ÷ଳବୀଜ ଜାତୀୟ ବିହନ, ପନିପରିବା ମଞ୍ଜି ଧାନ ଗଛରେ ମହିଷା ରୋଗର ପ୍ରତିକାର ପାଇଁ ମାଗଣାରେ କୀଟନାଶକ ଔଷଧ, ବିନାସୁଧରେ କୃଷି ଋଣ ଯୋଗାଇଦେବାକୁ କଂଗ୍ରେସ କୃଷକ ସେଲ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟସରକାରଙ୍କ ଠାରେ ଦୃଢଦାବୀ କରିଛନ୍ତି । ଏହି ମର୍ମରେ ଶ୍ରୀ ପଟ୍ଟନାୟକ ମଧ୍ୟ ରାଜ୍ୟ ରିଲିଫ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।