ଗଞ୍ଜାମ – ଆସିକା ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବ ଏବଂ ଏଥିଯୋଗୁଁ ଅନେକ ସମୟରେ ସ୍ୱାସ୍ଥ୍ୟସେବା ବ୍ୟାହତ ହେଉଥିବାରୁ ଏହାର ପ୍ରତିବାଦରେ ମାନବ ସୁରକ୍ଷା ମଂଚ ପକ୍ଷରୁ ଆଜି ଏକ ଘଂଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ମଂଚର କର୍ମକର୍ତା ମାନେ ଘଂଟ ବାଡେଇ ଏକ ପ୍ରତିବାଦ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ଠାରୁ ବାହାରି ଡାକ୍ତରଖାନା ସମ୍ମୁଖରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଂଟ ଯାତ୍ରାରେ ବହୁ ସଂଖ୍ୟାରେ ସାଧାରଣ ଜନତା ନିଜକୁ ସାମିଲ୍ କରିଥିଲେ । ଆଜିର ଏହି ଭିନ୍ନ ଢ଼ଙ୍ଗର ପ୍ରତିବାଦ ସତ୍ୱେ ପ୍ରଶାସନ ଯଦି ସମସ୍ୟାର ସମାଧାନ ଦିଗରେ ଆଗାମୀ ଦିନରେ କୌଣସି ପଦକ୍ଷେପ ଗ୍ରହଣ ନକରେ; ତେବେ ଆନ୍ଦୋଳନକୁ ଆହୁରି ଜୋରଦାର୍ କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।