ସାନଖେମୁଣ୍ଡି : ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଆସରକୁ ମୁଖ୍ୟ ଅତିଥିଭାବେ ସାନଖେମୁଣ୍ଡି ଯୁବରାଜ ବିର କିଶୋର ଦେବ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନରେ ମୁଖ୍ୟ ସମ୍ପାଦକ ଡ଼. ପ୍ରାଣବନନ୍ଦ ପାଟଯୋଗି ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। “ପାରିବାରିକ ଲୋକକଳା ଜାନୁଘଣ୍ଟ ଏକ ଅବଲୋକନ” ଶୀର୍ଷକ ଆଲୋଚନା ଚକ୍ରରେ ସାହିତ୍ୟକ ଡା. ପ୍ରଦୀପ୍ତ ଚନ୍ଦ୍ର ସିଂ ଆଲୋଚକ ଭାବେ ସନ୍ଦର୍ଭ ପାଠ କରିବା ସହ ଜାନୁଘଣ୍ଟର ଉତ୍ପତ୍ତି ଠାରୁ ଅଦ୍ୟାବଧି ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥି ଭାବେ ଲଷ୍ମୀନାରାୟଣ ପଟ୍ଟନାୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଶିଶୁ ସାହିତ୍ୟିକ ଦୁଃଖୀଶ୍ୟାମ ସେଠୀଙ୍କ ବିୟୋଗରେ ସଂସଦ ପକ୍ଷରୁ ଏକ ମିନିଟ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାଥନା କରାଯାଇଥିଲା। ଉପସଭାପତି ବିନାୟକ ଦାସଙ୍କ ପୌରହିତରେ ଦ୍ୱିତୀୟ ଅଧିବେଶନରେ କବିତା ଓ ଗଳ୍ପ ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କବି ଭାସ୍କର ରାଉତ, ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ଯୋଗଦେଇଥିଲେ। ସମ୍ପାଦକ ଶିବରାମ ସାବତ ସହ ସମ୍ପାଦକ ପୀତବାସ ତ୍ରିପାଠୀ, ସହ ସମ୍ପାଦିକା ସୁରଭି ରାଣୀ ନାୟକ ପ୍ରମୁଖ ସଂଯୋଜନା ସହ ସମୀକ୍ଷା କରିଥିଲେ। କବି ସୋମନାଥ ଦାସ ଶର୍ମା, ରାଜେନ୍ଦ୍ର କୁମାର ପଣ୍ଡା, ରୋହିତ ଜେନା, ବେଣୁଧର ତ୍ରିପାଠୀ, ସୁରେଶ କୁମାର ନାୟକ ପ୍ରମୁଖ କବିତା ଓ ବିଜୟ କୁମାର ପାଢୀ କ୍ଷୁଦ୍ର ଗଳ୍ପ ପାଠ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
December 10, 2024