ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ ଜାତୀୟ ମୋଟର ଯାନ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ ନକରାଇ ସେମାନଙ୍କ ଉପରେ ହଠାତ୍ ଲାଗୁ କରାଯିବା ଦୁର୍ଭାଗ୍ୟଜନକ । ଏହି ଆଇନକୁ ଲାଗୁ କରି ଜୋରଜବରଦସ୍ତି ଭାବେ ଜୋରିମାନା ଆଦାୟ କରିବା କେତେଦୂର ଯୁକ୍ତି ସଙ୍ଗତ ତାହାର ବିଚାରଯୋଗ୍ୟ । ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ କଂଗ୍ରେସ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝି ପ୍ରକାଶ କରିଛନ୍ତି ।
ଅପରପକ୍ଷେ ତାଙ୍କ ଦଳର ସଦସ୍ୟ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଅଭିଯୋଗ କରିଥିଲେ ଯେ, ଏହି ଆଇନକୁ ତର୍ଜ୍ଜମା ନକରି ତରବରିଆ ଭାବେ କାର୍ଯ୍ୟକାରୀ କରିଛନ୍ତି । ଗାଡି ଦାମ୍ ଯେତିକି ନୁହେଁ ତା ଠାରୁ ଅଧିକ ଫାଇନ୍ ଆଦାୟ କରାଯାଉଛି । ଏହି ଜୋରିମାନା ବିଶେଷ କରି ପୁରୁଣା ଗାଡି କିଣି ଚଳାଉଥିବା ଚାଳକ ଓ ମାଲିକ ମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ତେଣୁ ଜୋରିମାନା ପରିମାଣକୁ ହ୍ରାସ କରାଯାଉ । ୮୦ରୁ ୯୦ ପ୍ରତିଶତ ଗାଡି ମାଲିକ ମାନଙ୍କ ନିକଟରେ ଗାଡିର କାଗଜପତ୍ର ନାହିଁ । ଏଥିପାଇଁ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି । ବିଜେପି ନେତା ପୃଥିରାଜ ହରିଚନ୍ଦନ ଏହି ଆଇନକୁ ଲାଗୁ ନେଇ ରାଜ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ହଡ଼ବଡ଼ ହୋଇ ଏହି ଆଇନକୁ କାର୍ଯ୍ୟକାରୀ କରିବାର ନଥିଲା ବୋଲି ସେ କହିଥିଲେ ।