ଧର୍ମଶାଳା – ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁରେ ଯାଜପୁର ବିଜେପି ପକ୍ଷରୁ ଆଜି ପ୍ରତିବାଦ କରାଯାଇ ଯାଜପୁର ଜିଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଯାଜପୁର ଏସ.ପି ଚରଣ ସିଂ ମିନାଙ୍କ ବିରୋଧରେ ଏତଲା ଦିଆଯାଇଛି । ଗଣମାଧ୍ୟମ ସମ୍ମୁଖରେ ଜିଲା ଏସପି ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଏସ.ପି ଯେଉଁ ବୟାନ ଦେଇଥିଲେ ତାହାକୁ ବଡଚଣା ବିଜେପି ପକ୍ଷରୁ ନିନ୍ଦା କରିବା ସହିତ ଏସପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ପାଇଁ ଦାବି କରିଛି । ସ୍ୱର୍ଗତ ସ୍ମିତାରାଣୀଙ୍କ ମୃତ୍ୟୁର ତଦନ୍ତ ସିବିଆଇକୁ ଦିଆଯାଇ ଏହାର ସତ୍ୟତା ଉପରେ ତଥ୍ୟ ବାହାର କରିବା ପାଇଁ ଆଜି ବିଜେପି ପକ୍ଷରୁ ଦାବି କରାଯିବା ସହିତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ଏହି ଏତଲା ଦିଆଯାଇଥିବା କୁହାଯାଇଛି । ଏପରିକି ବଡଚଣା ବିଜେପି ନେତା ରମାକାନ୍ତ ରାଉତ ଓ ଦେବଜାନୀ ପ୍ରଧାନଙ୍କ ନେତୃତ୍ୱରେ ବଡଚଣା ଥାନାରେ ବିଜେପି କର୍ମୀ ମାନେ ଥାନାଧିକାରୀ ଦିପକ କୁମାର ଜେନାଙ୍କୁ ଏତଲା ଦେଇଥିଲେ । ଏସପି ସିଧାସଳଖ ସ୍ମିତାରାଣୀଙ୍କ ମୃତ୍ୟୁ ତଦନ୍ତକୁ ବାଟବଣା କରୁଥିବା ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଥିଲା । ସେହିପରି ବୈରୀ ଥାନାରେ ଭାରପ୍ରାପ୍ତ ଥାନାଧିକାରୀ ଜଗଦିଶ କରଙ୍କୁ ରମେଶଚନ୍ଦ୍ର ପୃଷ୍ଟି,ସାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ଏତଲା ଦିଆଯାଇଥିଲା । ବଡଚଣା ଥାନାରେ ଶତାଧିକ ବିଜେପି ନେତା ଉପସ୍ଥିତ ଥିବା ବେଳେ ବୈରୀ ଥାନାରେ ୪୦ରୁ ଉଦ୍ଧ୍ୱର୍ ବିଜେପି ନେତା ଉପସ୍ଥିତ ଥିଲେ । ବୈରୀ ଥାନାରେ ମାଜିଷ୍ଟେଟ୍ ଭାବେ ବିଡିଓ ଅଜିତନାରାୟଣ ପ୍ରସାଦ ଗିରି ଉପସ୍ଥିତଥିଲେ । ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟକୁ ସଠିକ ଭାବେ ତଦନ୍ତ କରିବା ଓ ସିବିଆଇକୁ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ବିଜେପି ନେତାମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ସେହିପରିଭାବେ ଧର୍ମଶାଳା ଥାନା,ଜେନାପୁର ଥାନା,କୁଆଖିଆ ଥାନା,ଯାଜପୁର ସଦର,ବାଲିଚନ୍ଦ୍ରପୁର ଥାନା,କୋତପୁର ଫାଣ୍ଡି ଓ ବ୍ରହ୍ମବରଦା ଫାଣ୍ଡିରେ ବିଜେପିର ବହୁ ତୁଙ୍ଗ ନେତାଙ୍କ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ବିରୋଧରେ ଏତଲା ଦିଆଯାଇଛି ।
Related Stories
November 25, 2024