କନ୍ଧମାଳ – ୫”ଟି'(ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ୍)ର ସଫଳ ରୁପାୟନ ସମ୍ପର୍କୀତ ସମୀକ୍ଷା ବୈଠକ ଆଜି ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁÂିତ ହୋଇଯାଇଛି । ଜିଲ୍ଲାପାଳ ଡା. ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି, ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟ ତଥା ଅନ୍ୟ ପଦାଧିକାରୀମାନେ ସାଧାରଣ ଜନତାଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ଗୋÂୀ ଉନ୍ନୟନ ଅଧିକାରୀ ଓ ତହସିଲ୍ଦାରମାନେ ମିଳିତ ଭାବେ ସେମାନଙ୍କ ଅଞ୍ଝଳର ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କର ମୋ÷÷ଳିକ ସମସ୍ୟାଗୁଡ଼ିକୁ ଅବଗତ ହେବା ସହିତ ସମାଧାନ ଦିଗରେ ସହଯୋଗ କରିବାକୁ ମଧ୍ୟ କହିଥିଲେ । ପ୍ରତ୍ୟେକ ବିଭାଗରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଲିଫ୍ଲେଟ୍ ଆକାରରେ ପଞ୍ଝାୟତ ସ୍ତରରେ ହେଉଥିବା ବୈ÷ଠକ କିମ୍ବା ସଭାରେ ଲୋକମାନଙ୍କ ମଧ୍ୟରେ ବିତରଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଫଳରେ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଜନସାଧାରଣ ଜାଣିବା ସହିତ କେଉଁ କାର୍ଯ୍ୟ ପାଇଁ କାହାକୁ, କିପରି ଆବେଦନ କରିବେ ଏବଂ ତା’ର ସୁଫଳ ସେମାନେ କେତେଦିନ ମଧ୍ୟରେ ପାଇପାରିବେ ତାହା ମଧ୍ୟ ସେମାନେ ଜାଣିପାରିବେ । ସମସ୍ତ କାର୍ଯ୍ୟାଳୟ ସେମାନଙ୍କ ଅଧିନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମ ସହିତ ଜଡ଼ିତ ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର ଉଲ୍ଲେଖ କରିବା ସହିତ ହିତାଧିକାରୀଙ୍କର ସମସ୍ୟାଗୁଡ଼ିକୁ ସହଜ ଓ ସରଳ ଭାବରେ ସମାଧାନ କରିବାକୁ ସର୍ବନିମ୍ନ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଯାହା ଫଳରେ ସରକାରୀ କଳରୁ ଦୁର୍ନୀତି ଲୋପ ହେବା ସହିତ ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ଶତ ପ୍ରତିଶତ ଆସ୍ଥା ପ୍ରକଟ ହୋଇପାରିବ ବୋଲି ସେ କହିଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଝାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କର ଟେଲିଫୋନ୍ ନମ୍ବର ଉଲ୍ଲେଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଉକ୍ତ ସମୀକ୍ଷା ବୈ÷ଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ବିଶ୍ୱନାଥ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 28, 2024