
ରାଇରଙ୍ଗପୁର, ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ଇପ୍ସିତା ପଟ୍ଟନାୟକ ୨୦୨୧, ୩ ଶେଷ ପରୀକ୍ଷାରେ “ସମାଜ ବିଜ୍ଞାନ ସମ୍ମାନ” ରେ ଶ୍ରେଷ୍ଠ ହେବାର ଗୌରବ ଲାଭ କରିଛନ୍ତି । ରାଇରଙ୍ଗପୁରର ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଶ୍ରୀପତି ପଟ୍ଟନାୟକ ଓ ହେମଲତାଙ୍କ ନାତୁଣୀ ତଥା ରାଇରଙ୍ଗପୁର ବନଖଣ୍ଡ ବିଭାଗର ବରିଷ୍ଠ ବନପାଳ ସତ୍ୟବ୍ରତ ପଟ୍ଟନାୟକ ଓ ଗୃହିଣୀ ସାଧନାଙ୍କ ସାନ ଝିଅ ଅଟନ୍ତି ଇପ୍ସିତା । ଭଲ ପାଠପଢା ସହ ବିତର୍କ, ପ୍ରବନ୍ଧ, ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ଖେଳ କୁଦରେ ମଧ୍ୟ ସେ ବହୁଥର ପୁରସ୍କୃତ ହୋଇଛନ୍ତି । ସମାଜବିଜ୍ଞାନରେ ସ୍ନାତକୋତ୍ତର ପରେ ସେ ଗବେଷଣାରେ ମନୋନିବେଶ କରି ଜଣେ ଅଧ୍ୟାପିକା ହେବେ ବୋଲି କହିଛନ୍ତି । ଇପ୍ସିତା ତାଙ୍କ ସଫଳତାର ଶ୍ରେୟ ପିତାମାତା, ଅଧ୍ୟାପକ/ଅଧ୍ୟାପିକା, ସମସ୍ତ ଶୁଭେଚ୍ଛୁ ଓ ଭଗବାନଙ୍କୁ ଦେଇଛନ୍ତି ।