
ବେଲଗୁଣ୍ଠା-ବେଲଗୁଣ୍ଠା ବ୍ଳକ୍ ଧୁମୁଛାଇ ପଞ୍ଚାୟତରେ ବିଜେଡି କର୍ମୀ ମାନଙ୍କ ଏକ ସାଙ୍ଗଠନିକ ବୈଠକ କେବିରି ବରପୁର ସ୍ଥତ ମାଁ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଅଛି ।ବ୍ଳକ୍ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଙ୍ଗଠନିକ ସ୍ଥିତି ପରଖିବା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀ ମାନଙ୍କୁ ଗୁରୁମନ୍ତ୍ ଦେଇଥିଲେ ।ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେବିରି ବ୍ରହ୍ମପୁର ର ବିଜେପି ଓ କଂଗ୍ରେସ ର ୫୦ରୁ ଅଧିକ କର୍ମୀ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଜଣାଇ ବିଜେଡିରେ ଯୋଗ ଦେଇଥିଲେ ।ସମସ୍ତଙ୍କୁ ବିଧାୟକ ଶ୍ରୀ ସ୍ୱାଇଁ ଫୁଲମାଳ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ କେବିରି ବ୍ରହ୍ମପୁର ଓ ବାସଙ୍ଗ ପୀଠରେ ଦୁଇଟି ନୂତନ କୋଠଘରକୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ତ୍ରିଲୋଚନ ଜେନା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ ଓ ଅଯୋଧ୍ୟା ବେହେରା, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, ବଡବୋରସିଂ ସରପଞ୍ଚ ପ୍ରତିନିଧି ତଥା ବ୍ଳକ୍ ବିଜେଡି ସମ୍ପାଦକ ଏସ୍ ରାମେଶ୍ୱର ପାତ୍ର,ଇଙ୍ଗିନାଠି ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶରତ ସ୍ୱାଇଁ,ବ୍ଳକ୍ ଯୁବ ବିଜେଡି ସଭାପତି ଶିବରାମ ରାଉତ, ଜିଲ୍ଲା ଯୁବ ବିଜେଡି ଉପସଭାପତି ତଥା ସମିତି ସଭ୍ୟ ଦୁର୍ଗା ମାଧବ ନାୟକ, ପୁର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବିଦ୍ୟାଧର ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ ନାଇକ,ବ୍ଳକ୍ ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ନାୟକ, ବ୍ଳକ୍ ଡିଜିଟାଲ ସମ୍ପାଦକ ବିଭୁପାଦ ଜେନା, ପଞ୍ଚାୟତ ବିଜେଡି ସଭାପତି ଛଚିନ୍ଦ୍ର ଲେଙ୍କା ଉପସ୍ଥିତ ଥିଲେ ।ଶେଷରେ ଧୁମୁଛାଇ ସରପଞ୍ଚ ରମେଶ ଚନ୍ଦ୍ର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO