
ବେଲଗୁଣ୍ଠା, ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ନିକଟରେ ହୋଇଥିବା ଏକ ଡ଼କାୟତି ଘଟଣାର ତଦନ୍ତ କରି ଆଜି ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ନଗଦ 17,600 ଟଙ୍କା, ଗୋଟିଏ ଭିଭୋ ୱାଇ95 ଆଣ୍ଡ୍ରଏଡ୍ ମୋବାଇଲ୍,ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋତିଏ ନମ୍ବର୍ ବିହୀନ ମୋଟରସାଇକେଲ୍ ଜବତ କରିଛି I ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ସୋରଡ଼ା କଇଠପଲ୍ଲୀ ସାହିର କ୍ରିଷ୍ଣା ଦାସ (25) ଏବଂ ଏ. ଗଣେଶ (36) I ସୂଚନା ପ୍ରକାରେ ଗତ ଦୁଇ ତାରିଖ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶ ମିନିଟ୍ ସମୟରେ ବେଲଗୁଣ୍ଠା ବ୍ଳକ୍ ମାଧବରୀଡା ଗ୍ରାମର କିରନ୍ କୁମାର ବିଶ୍ୱାଳ (20) ଙ୍କ ଠାରୁ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଏନ୍ଏଚ୍-157 ଉପରେ ଗୋବରା ପୁଟବନ୍ଧ ନିକଟରୁ ନଗଦ 17,600 ଟଙ୍କା, ଗୋଟିଏ କଳା ରଙ୍ଗର ପର୍ସ ସହିତ ଗୋଟିଏ ଭିଭୋ ୱାଇ95 ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଲୁଟ୍ କରି ନେଇଯାଇଥିଲେ I ଏନେଇ କିରନ୍ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ଗାଙ୍ଗପୁର ପୋଲିସ୍ ଥାନାରେ 380/21 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା I ମାତ୍ର ଦୁଇଦିନ ମଧ୍ୟରେ ପୋଲିସ୍ ଆଜି ଏହି ଘଟଣାର ପର୍ଦ୍ଦା ଫାସ୍ କରିବାରେ ସଫଳତା ହାସଲ କରିଥିଲା I ଆଜି ଉଭୟ କ୍ରିଷ୍ଣା ଏବଂ ଗଣେଶକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO