ଭୁବନେଶ୍ୱର – ଆଜି ପୂର୍ବାହ୍ନରେ ଏଜି ଛକରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ଡ୍ରାଇଭର ତାଙ୍କ ଗାଡିକୁ ବେଆଇନ ପାର୍କିଂ କରିଥିବାରୁ ୫୦୦ ଟଙ୍କା ଜୋରିମାନା ଜୋରିମାନା ଦେବାକୁ ପଡିଛି । ନିଜ ଡ୍ରାଇଭରର ଏହି ତୃଟୀକୁ ବିଧାୟକ ସ୍ୱୀକାର କରିବା ସହ ଆଇନ ଆଗରେ ସମସ୍ତେ ସମାନ । ଡିସିପି ଅନୁପ ସାହୁ ଓ ଟ୍ରାଫିକ୍ ଏସପି ସାଗରୀକା ନାଥଙ୍କ ଉପସ୍ଥିତିରେ ଏହି ଜୋରିମାନା ଆଦାୟ କରାଯାଇଥିଲା । ଏହାଦ୍ୱାରା ସେ ନିଜେ ଓ ଡ୍ରାଇଭର ସଚେତନ ହେଲେ, ଭବିଷ୍ୟତରେ ଏହାର ପୁନରାବୃତି ଯେପରି ନଘଟେ ସେଥିପ୍ରତି ଯତ୍ନଶୀଳ ହେବେ । ଅନ୍ୟପକ୍ଷରେ ସବୁଦିନ ଭଳି ଏଜି ଛକରେ ଟ୍ରାଫିକ୍ ଆଇନ୍ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଧରପଗଡ଼ କରାଯାଇଥିଲା । ଟ୍ରାଫିକ୍ ଏସପି ସାଗରୀକା ନାଥ ଚକଲେଟ୍ ଓ ଥ୍ୟାଙ୍କ ୟୁ କାର୍ଡ଼ ଦେଇ ବାଇକ୍ ଓ ଚାରିଚକିଆ ଗାଡି ଚାଳକ ମାନଙ୍କୁ ଟ୍ରାଫିକ୍ ନିୟମ ମାନିବା ନେଇ ପାମର୍ଶ ଦେଇଥିଲେ । ୫ଟି ଦିଗ ଉପରେ ପ୍ରାଧାନ୍ୟ ଦେଇଥିଲେ । ମୁଖ୍ୟତଃ ଗାଡି ଚାଳକ ଗାଡି ଚଲାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ଭୁଲ୍ ରାସ୍ତାରେ ଗାଡି ନଚଳାଇବା, ତିନି ଜଣିଆ ନଯିବା, ମଦ୍ୟପାନ ପାନ ଗାଡି ନଚଲାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଗାଡି ଚାଳକ ମାନେ ଆଗାମୀ ଦିନରେ କାଗଜପତ୍ର ଠିକ୍ ରଖିବା ପାଇଁ ସମୟ ଦିଆଯାଇଛି । ଏଥିରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ସାଧାରଣ ଜନତା ଆଇନକୁ ହାତକୁ ନଦେନବା ପାଇଁ କୁହାଯାଇଛି । ନିଜକୁ ସୁରକ୍ଷା ଦେବା ସହ ଅନ୍ୟମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
Related Stories
November 22, 2024