
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପରିସର ଛଣମେରୀ ଗ୍ରାମର ଆଡୁଆ ସାହି ବାସିନ୍ଦା ସୁଦର୍ଶନ ଚୌଧୁରୀ(୩୦) ଗ୍ରାମର ଶିବ ମନ୍ଦିରରୁ ଗୋଟିଏ ମୂର୍ତ୍ତି ଚୋରି କରି ଆଣିଥିଲା। ଗ୍ରାମର କିଛି ଯୁବକ ସନ୍ଧେହ ଜନକ ଭାବେ ସୁଦର୍ଶନକୁ ଧରି ପଚରା ଉଚରା କରିବାରୁ ସେ ଚୋରାଇଥିବା ମାନିନେଇଥିଲା ଏବଂ ମୂର୍ତ୍ତିଟିକୁ ଫେରାଇ ଦେଇଥିଲା।
ଏହି ଘଟଣାରେ କିଛି ଯୁବକ ଉତକ୍ତ ହୋଇ ଚୋରକୁ ଅଧା ଲଣ୍ଡା କରି ବେକରେ ଜୋତା ମାଳ ପକାଇ ବାଡେଇ ବାଡେଇ ଗାଁ କୁ ଗାଁ ବୁଲାଇ ବଡ଼ ସାହି ଠାରେ ବାନ୍ଧି ବାଡେଇ ଥିଲେ।ସେହି ଗ୍ରାମରୁ ଖବର ପାଇ ଦିଗପହଣ୍ଡି ଥାନାବାବୁ ଛଣମେରୀ ଗ୍ରାମକୁ ଯାଇ ଚୋରକୁ ଉଦ୍ଧାର କରି ଥାନାକୁ ଆଣିଥିଲେ।ଥାନାରୁ ଦିଗପହଣ୍ଡି ମେଡ଼ିକାଲ ନେଇ ଚିକିତ୍ସା କରାଇ ତଦନ୍ତ ଜାରି ରଖିଛନ୍ତି। ରିପୋର୍ଟ ପ୍ରଫୁଲ ସାବତ